ଓଡିଶା

କାର୍ଯ୍ୟରେ ଅବହେଳା: ଦୁଇ ବନ କର୍ମଚାରୀ ନିଲମ୍ବିତ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି ରେଞ୍ଜରେ କାର୍ଯ୍ୟରତ ଦୁଇ ବନ କର୍ମଚାରୀଂକୁ କାର୍ଯ୍ୟରେ ଅବହେଳା ପାଇଁ ଡିଏଫଓ ପ୍ରଦୀପ ଦେବଦାସୀ ମିରାସେ ଆଜି ନିଳମ୍ବିତ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ରେଞ୍ଜ ଅନ୍ତର୍ଗତ ଚାଲାଣା ଗୁଡା ଠାରେ ୨୦୧୬/୧୭ ଆର୍ଥିକ ବର୍ଷରେ ପ୍ରାୟ ୫ ହେକ୍ଟର ଜମିରେ ବନ ବିଭାଗ ତରଫରୁ ଚାରା ରୋପଣ କରାଯାଇଥିଲା । ଚାରାକୁ ଗାଈ ଗୋରୁ ଠାରୁ ସୁରକ୍ଷା ପାଇଁ ସିମେଣ୍ଟ ଖମ୍ବ ପୋତା ଯାଇ ଲୁହା କଣ୍ଟାର ତାର ବାଡ ଘୋରା ଯାଇଥିଲା । ଇତି ମଧ୍ୟରେ ପ୍ରାୟ ୫ ଲକ୍ଷ ଟଂକାର ସମସ୍ତ ସିମେଣ୍ଟ ଖୁଣ୍ଟ ଏବଂ ଲୁହା ତାର ଆଉ ନାହିଁ । କେହି ତାକୁ କାଢି ନେଇଯାଇଛି । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ମାଲକାନଗିରି ଡିଏଫଓ ଘଟଣାର ତଦନ୍ତ ପାଇଁ ମାଲକାନଗିରି ରେଞ୍ଜ ଅଫିସର ବାସୁଦେବ ନାୟକଂକୁ ଆଦେଶ ଦେଇଥିଲେ । ତଦନ୍ତ କରି ଚାଲାଣଗୁଡା ଠାରେ ୫ ହେକ୍ଟର ଜମିରୁ ସିମେଣ୍ଟ ଖୁଣ୍ଟ ଏବଂ ତାର ବାଡ ଗାଏବ ହୋଇଥିବା ରିପୋର୍ଟ ଡିଏଫଓଂଙ୍କୁ ହସ୍ତାନ୍ତର କଲା ପରେ ମାଲକାନଗିରି ସଦରମହକୁମା ଫେଷ୍ଚର ଦୀପଂକର ସିଉଳୀ ଏବଂ ଚାଲାଣଗୁଡା ଫରେଷ୍ଟ ଗାର୍ଡ ଦୀପ୍ତି ରଂଜନନାୟକଂକୁ ନିଳମ୍ବିତ କରାଯାଇଛି ।

Related posts

ଚାନ୍ଦବାଲିରେ ଜୁଲଫତୁନ୍ ଇଣ୍ଟରନ୍ୟାସନାଲ୍ ମହିଳା ଫାଉଣ୍ଡେସନ୍‌ର ବାର୍ଷିକ ଅନୁଷ୍ଠିତ

mahabharatanews

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

mahabharatanews

ରାଉରକେଲାରେ ବୁଲା କୁକୁର ଆତଙ୍କ,୨୫୦ରୁ ଉଦ୍ଧ୍ୱର୍ କାମୁଡାର ଶିକାର

mahabharatanews