ଓଡିଶା

ଭୁବନେଶ୍ୱରରୁ ୧୯ କରୋନା ସଂକ୍ରମିତ ଚିହ୍ନଟ: ୧୫ ସ୍ଥାନୀୟ, ୪ କ୍ୱାରେଣ୍ଟାଇନ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୯ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ସ୍ଥାନୀୟ ବାସିନ୍ଦା ଓ ୪ ଜଣ କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀ । ଏହି ସୂଚନା ବିଏମସି ପକ୍ଷରୁ ଟୁଇଟ୍ କରି ଦିଆଯାଇଛି। ଅର୍ଥାତ୍ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ଦେଖିବାକୁ ମିଳିଲାଣି । ଏହାକୁ ଦୃଷ୍ଟିରେ ରଖି ଡୁମୁଡୁମାର ସୁବାଷ ବସ୍ତୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ସଂକ୍ରମିତଙ୍କ ମଧ୍ୟରୁ ଗୋଟିଏ ଘରୋଇ ହସ୍ପିଟାଲରୁ ୬ ଜଣ କର୍ମଚାରୀ ରହିଛନ୍ତି, ୩ ପୁରୁଷ ଓ ୩ ମହିଳା । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୪ ଜଣ ରେଳବାଇ କର୍ମଚାରୀ, ସମସ୍ତେ ଦିଲ୍ଲୀ ଫେରନ୍ତା । ଏହାଛଡ଼ା ସରକାରୀ ଡାକ୍ତରଖାନାର ଜଣେ ୫୧ ବର୍ଷୀୟ ପୁରୁଷ କର୍ମଚାରୀ ବି ସଂକ୍ରମିତ ହେଇଛନ୍ତି। ଲକ୍ଷ୍ମୀବଜାର ବସ୍ତୀର ଜଣେ ୯ ବର୍ଷର ବାଳକ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ବାଳକ ଜଣକ ଅନ୍ୟ ଜିଲ୍ଲାର ବାସିନ୍ଦା ହୋଇଥିଲେ ହେଁ ଗତ ୧୧ ତାରିଖରେ ସେ ଭୁବନେଶ୍ବର ଆସିଥିଲେ।
ସେହିପରି ଡୁମଡୁମା ଅଞ୍ଚଳର ସୁବାସ ନଗର ବସ୍ତୀରୁ ୫ଜଣ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ଆଜି ଭୁବନେଶ୍ବରର ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related posts

ମା ତାରା ତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ

mahabharatanews

କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ

mahabharatanews

ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂରତି

mahabharatanews