Uncategorized

କରୋନାରେ ମାଓମାଦୀ ଆକ୍ରାନ୍ତ

ରାୟପୁର: ସମଗ୍ର ବିଶ୍ୱକୁ କରୋନା ଆକ୍ରାନ୍ତ କରିଥିବା ବେଳେ ମାଓବାଦୀ ମଧ୍ୟ ଏହି ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି । ଛତିଶଗଡ଼ର ବସ୍ତର ଅଞ୍ଚଳରେ ଅନେକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସଂଗଠନରେ ବହୁ ମାଓବାଦୀ ସଂକ୍ରମିତ ହେବା ପରେ ସେମାନଙ୍କୁ ଦଳରୁ ବିଦା କରିଦିଆଯାଉଛି । ବସ୍ତର ଡିଭିଜନର ବିଜାପୁର ଜିଲ୍ଲାରୁ ଜଣେ ମହିଳା ମାଓବାଦୀ ଗିରଫ ହେବା ପରେ ଏହା ଜଣାପଡିଛି।
ପୁଲିସ ଅନୁଯାୟୀ, ଉକ୍ତ ମହିଳା ମାଓବାଦୀ ପ୍ରାୟ ୧୦ବର୍ଷ ହେବ ସଂଗଠନ ସହ ଜଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ ଥଣ୍ଡା, କାଶ ଓ ଜ୍ୱର ହେବାରୁ ତାଙ୍କୁ ସଂଗଠନରୁ ତଡ଼ି ଦିଆଯାଇଥିଲା । ତାଙ୍କୁ ଗିରଫ କରି ପୁଲିସ ତାଙ୍କ ଚିକିତ୍ସା ଆରମ୍ଭ କରାଇଛି । ଉକ୍ତ ମାଓବାଦୀଙ୍କଠାରୁ ପୁଲିସ ଜାଣିବାକୁ ପାଇଛି, ସଂଗଠନରେ କୌଣସି ସଦସ୍ୟଠାରେ କରୋନା ଲକ୍ଷଣ ଦେଖା ଦେଲେ ତାଙ୍କୁ ସଂଗଠନରୁ ବାହାର କରି ଦିଆଯାଉଛି। ଏହା ଜଣାପଡିବା ପରେ ବସ୍ତର ଆଇ.ଜି. ପୁଲିସ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ମାଓ ସଂଗଠନରୁ କୌଣସି ସଦସ୍ୟ ଯଦି ଗାଁକୁ ଫେରନ୍ତି, ତେବେ ସେ ସଂପର୍କରେ ସେମାନେ ପୁଲିସ୍କୁ ତୁରନ୍ତ ଜଣାନ୍ତୁ ।

Related posts

ଆତଙ୍କୀ ଫଣ୍ଡିଂ ମାମଲା: ଏନଆଇଏର ଚଢାଉ

mahabharatanews

କରୋନା ଭାଇରସ ପାଇଁ ସର୍ତକତା

mahabharatanews

ଦେଶରେ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୁଆ କରୋନା ଆକ୍ରାନ୍ତ

mahabharatanews