Uncategorized

ପାକ ଦୂତାବାସରେ ମୁତୟନ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ଦୂତାବାସରେ ମୁତୟନ ଜଣେ ସିଆରପିଏଫ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏପରି କରିବାର କାରଣ ଜଣାପଡି ନାହିଁ ।
ଦିଲ୍ଲୀର ଚାଣକ୍ୟପୁରୀ ଠାରେ ଥିବା ପାକିସ୍ତାନ ଦୂତାବାସ ବାହାରେ ସିଆରପିଏଫ ଯବାନ ରାମ ବାବୁ ମୁତୟନ ଥିଲେ । ଗତକାଲି ଅପରାହ୍ନ ୩.୩୦ରେ ସେ ତାଙ୍କ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳିମାରି ଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଟ୍ରୋମା ସେଣ୍ଟରରେ ତାଙ୍କ ଚିକିତ୍ସା ଚାଲିଛି । ମାନସିକ ଅବସାଦରୁ ସେ ଏପରି କରିଥିବା ଅନୁମାନ କରାଯାଉଛି ।

 

Related posts

ଖାଆନ୍ତୁ ଖୁଆନ୍ତୁ ଟେଷ୍ଟି ବ୍ରେଡ ମଲାଈ ରୋଲ

mahabharatanews

 ବିହାର, ଉତ୍ତର ପ୍ରଦେଶରେ ବଜ୍ରପାତ ଜନିତ  ମୃତ୍ୟୁ ୧୧୬ 

mahabharatanews

ମୁଶାରଫଙ୍କୁ ଆଶ୍ୱସ୍ତି: ମୃତ୍ୟୁଦଣ୍ଡ ଖାରଜ କଲେ ଲାହୋର ହାଇକୋର୍ଟ

mahabharatanews