ଓଡିଶା

ରଥଯାତ୍ରା ପୁନର୍ବିଚାର କେଶ ଲଢିବେ ସାବରିମାଲା ଓକିଲ

ପୁରୀ: ସୁପ୍ରିମ କୋର୍ଟ ପୁରୀ ରଥଯାତ୍ରା ଉପରେ ନିଷେଦ୍ଧାଦେଶ ଜାରି କରିଥିବା ବେଳେ ରଥଯାତ୍ରା ଉପରେ କୋର୍ଟ ପୁନର୍ବିଚାର ପାଇଁ ଆବେଦନ କରାଯାଇଛି । ଏହି ଲଢେଇରେ ରଥଯାତ୍ରା ସପକ୍ଷରେ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିବେ ସାବରୀମାଳା କେଶର ଓକିଲ । ପୁନର୍ବିଚାର ପାଇଁ ମୋଡିଫିକେସନ୍ ପିଟିସନ୍ ମଧ୍ୟରୁ ଗୋଟିଏ ପିଟିସନ ପାଇଁ ଲଢ଼ିବେ ବରିଷ୍ଠ ଆଇନଜୀବୀ ସୁଭିଦତ୍ତ ସୁନ୍ଦରମ୍ । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ପିଟିସନକୁ ସୁଭିଦତ୍ତ ଲଢ଼ିବେ ।
କେରଳ ରାଜପରିବାରର ଓକିଲ ଥିବା ସୁଭିଦତ୍ତ କିଭଳି ସାଵରୀମାଳାର ନୀତି ଅକ୍ଷୁର୍ଣ୍ଣ ରହିବ ସେ ବାବଦରେ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଯେହେତୁ କେରଳ ରାଜପରିବାର ସାଵରୀମାଳା ମନ୍ଦିରକୁ ପ୍ରତିଷ୍ଠା କରିଥିଲେ, ତେଣୁ ବର୍ଷ ବର୍ଷର ପରମ୍ପରା କିଭଳି ବଜାୟ ରହିବ ସେ ନେଇ ସେ ନେଇ ପକ୍ଷ ରଖାଯାଇଥିଲା । ପରମ୍ପରାକୁ ବଜାୟ ରଖିବା ସପକ୍ଷରେ ସବୁବେଳେ ଲଢ଼ୁଥିବା ଏହି ଓକିଲ ରଥଯାତ୍ରାକୁ କିଭଳି ସମ୍ପୂର୍ଣ୍ଣ ବନ୍ଦ ନ କରି ନୀତି ଓ ପରମ୍ପରା ରକ୍ଷା ପାଇଁ ହେବ ସେ ନେଇ ଯୁକ୍ତି ରଖିବେ ।

Related posts

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଓଡ଼ିଶାର ୧୪ ଟି ଜିଲ୍ଲାର ଆନ୍ତଃ- ରାଜ୍ୟ ରେ ଲାଗି ରହିଛି ସୀମା ବିବାଦ

mahabharatanews

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

mahabharatanews