Uncategorized

 ଜୁଲାଇରେ ଅନ୍ତରାଷ୍ଟ୍ରୀ ବିମାନ ଉଡାଣକୁ ନେଇ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାଖାପାଖି ହୋଇଛି । ଦେଶରେ ଲକଡାଉନ ଜାରି ଥିବା ସମୟରେ ବିଦେଶରୁ ପ୍ରାୟ ୨ .୭୫ ଲକ୍ଷ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି ବୋଲି ଆଜି ନାଗରିକ ଉଡାଣମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ଏଥିସହ ଅନ୍ତରାଷ୍ଟ୍ରୀୟ ଉଡାଣ ପୁନଃ ଆରମ୍ଭ ପ୍ରସଙ୍ଗରେ ସେ କହିଛନ୍ତି, ଅନ୍ତୀରାଷ୍ଟ୍ରୀୟ ଉଡାଣ ପୁଣି ଆରମ୍ଭ କରିବାକୁ ଅନ୍ୟ ଦେଶ ଉପରେ ମଧ୍ୟ ନିର୍ଭର କରେ । କାରଣ ଅନ୍ୟ ଦେଶ ବିମାନ ଅବତରଣ ପାଇଁ ଅନୁମତି ଦେବା ଆବଶ୍ୟକ । ଏହା ପୂର୍ବରୁ ସରକାର କହିଥିଲେ, ଜୁଲାଇରେ କରୋନା ମାମଲାର ତୃଣମୂଳ ସ୍ତରର ସ୍ଥିତି ପରଖିବା ପରେ କୌଣସି ନିର୍ଣ୍ଣୟ ନିଆଯିବ । ଜୁଲାଇରେ ଏହା ଉପରେ କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।

Related posts

କରୋନା ଚିକିତ୍ସା: ‘ରେମ୍‌ଡିୱିର୍‌’କୁ ଆମେରିକା ଦେଲା ଅନୁମତି

mahabharatanews

ଭାରତ ମେଡ ଇନ ଇଣ୍ଡିଆ ମାଧ୍ୟରେ କୋଭିଡ-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ: ମୋଦି

mahabharatanews

କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୮ ମୃତ

mahabharatanews