ଓଡିଶା

ବିଦ୍ୟୁତ ତାରରେ ଶ୍ରମିକ ଗୁରୁତର ଆହାତ

(ଜ୍ୟୋତିରଞ୍ଜନ ଧର /କଣିହାଁ ): ଅନୁଗୋଳ ଜିଲ୍ଲା କଣିହାଁ ବନାଚଂଳ ଅନ୍ତର୍ଗତ ବୁରୁବାହାଳ ଶୈବ ପିଠ ନିକଟସ୍ଥ ଜଙ୍ଗଲରୁ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଜଣେ ଶ୍ରମିକ ଗୁରୁବାର ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ ୮ଟା ସମୟରେ ଖବର ପାଇ ଶ୍ରମିକ ଜଣଙ୍କୁ ସଂପର୍କୀୟମାନେ ଘଟଣାସ୍ଥଳରୁ ଉଦ୍ଧାର କରି କଣିହାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରି ଚିକିତ୍ସା ଯାରୀ ରହିଛି । କଣିହାଁ ସିଏଚ୍‌ସି ମୁଖ୍ୟ ଡାକ୍ତର ସୁମନ୍ତ କୁମାର ପଟେଲ ଆହାତଙ୍କ ବାମ ଗୋଡରେ ୫ଷ୍ଟିଜ୍ ପଡିଥିବା ପ୍ରକାଶ କରିଥିବା ବେଳେ ତାଙ୍କର ଅବସ୍ଥାରେ ସୂଧାର ଆସିଥିବା ପ୍ରକାଶ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଆଜି ସଧ୍ୟାରେ ଖମାର ଥାନା ଅଧିନସ୍ଥ ପରାଛାଟ ଅଂଚଳର କାଳନ୍ଦି ଚରଣ ସାହୁ(୪୫ବର୍ଷ) ଏନ୍ଟିପିସି ଟାଉନ ଥାନା ଅଧିନସ୍ଥ ଟୋଲକବେଡା ଗ୍ରାମସ୍ଥିତ ମାମୁଁ ଘରକୁ ଫେରୁଥିଲା ବେଳେ ଏଭଳି ଘଟଣା ଘଟିଥିଲା । ବ୍ଲକସ୍ଥ ନାଲମ ଘାଟ ପାର୍ ହୋଇ ବୁରୁବାହାଳ ଶିବ ମନ୍ଦିର ନିକଟସ୍ଥ ରାସ୍ତା ଦେଇ ଚାଲି ଚାଲି ଆସୁଥିଲେ । ସେହି ଅନ୍ଧାରିଆ ରାସ୍ତାରେ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ବାମ ଗୋଡରେ ଆଘାତ ଲାଗିଥିଲା । ସଂପୃକ୍ତ ଶିବ ମନ୍ଦିରରୁ ଟିକିରା ନଦୀ ପାର୍ ହୋଇ କାଳନ୍ଦି ତାଙ୍କ ମାମୁଁ ଟୋଲକବେଡା ଗାଁ କୁ ଆସିଥାନ୍ତେ କିନ୍ତୁ ବିଦ୍ୟୁତ ଆଘାତରେ ସେଠି ଯନ୍ତ୍ରଣା ଜ୍ଜ୍ୱାଳାରେ ଛଟ ପଟ ହେବାର ଖବର ପାଇ ସଂପର୍କୀୟ ମାନେ ଉଦ୍ଧାର କରି ମେଡିକାଲ ଆଣିଥିଲେ ।

Related posts

ଓଡ଼ିଶାରେ JN1 ଆକ୍ରାନ୍ତ ଚିହ୍ନଟ 

mahabharatanews

ବନ୍ଧୁଗାଁରେ ନୂତନ ଥାନା ଉଦ୍ଘାଟିତ

mahabharatanews

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

mahabharatanews