ଓଡିଶା

ବିଶ୍ୱ ଯୋଗ ଦିବସରେ କରୋ ୟୋଗ ରହୋ ନୀରୋଗ ର ବାର୍ତା

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଆଜି ବିଶ୍ୱ ଯୋଗ ଦିବସ ଅବସରରେ ମାଲକାନଗିରି ସ୍ପୋର୍ଟସ ଷ୍ଟଡ଼ିୟମରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ ରାଜ୍ୟ ଯୋଗ ମହୋତ୍ସବ ସମିତିର ମାଲକାନଗିରି ଶାଖା ସଂଯୋଜକ ତଥା ଯୋଗ ଗୁରୁ ଵ୍ରହ୍ମଚାରି ଭୁବନାନନ୍ଦ ଜି.ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇ ଥିବା ଯୋଗ ପ୍ରୋଟୋକୋଲ ଏବଂ କୋଭିଡ୍ ୧୯ ନିୟମ ଅନୁଯାଇ ହ୍ୟାଣ୍ଡ ସାନିଟାଏଜ ଏବଂ ସାମାଜିକ ଦୂରତା ରକ୍ଷା କରି ଯୋଗ ଶିକ୍ଷାର ଅଭ୍ୟାସ କରାଇଥିଲେ ।
ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ତହସିଲଦାର ଡ଼ଃ ଗୁଣନିଧି ନାୟକ,ସମ୍ମାନିତ ଅତିଥି ଭାବରେ ଥାନା ଅଧିକାରୀ ରାମ ପ୍ରସାଦ ନାଗ, ଜିଲ୍ଲା ସ୍ପୋର୍ଟସ୍ ଅଫିସର କୁଳମଣି ନିଆଲ, ଜିଲ୍ଲା ରେଡ଼କ୍ରୋସ୍ ଆବାହକ ରଂଜନ କୁମାର ସ୍ବାଇଁ, ନେହୁରୁ ଯୁବା କେନ୍ଦ୍ରର ସଂଯୋଯୋକ ହରିଷ୍ ଜି, ଜିଲ୍ଲା ଓଏଲମ୍ର ମ୍ୟାନେଜର୍ ପବିତ୍ର ମୋହନ ବାରା, ବି ଏସ ଫ୍ କମାନ୍ଡ଼ାଣ୍ଟ ଆଦି ଯୋଗଦାନ କରିଥିଲେ ,ୟେହି କାର୍ୟ୍ୟରେ ସମୁଦାୟ ୫୦ ଜଣ ଯୁବକ/ଯୁବତୀ ସ୍ବେଛାସେବୀ, ଗଣମାଧ୍ୟମ ପ୍ରତିନିଧି ସମେତ ସମସ୍ତ ବ୍ୟକ୍ତି ମାନେ ମଧ୍ୟ ଭାଗ ନେଇଥିଲେ।ଶେଷରେ ଯୋଗ ବିଷୟରେ ବିସ୍ତୃତ ଆଲୋଚନା ତଥା ଶାନ୍ତି ପ୍ରାଥନା କରି ସମସ୍ତଙ୍କର ମଙ୍ଗଳ କାମନା ପୂର୍ବକ ରୋଗ ପ୍ରତିରୋଧକ ଶକ୍ତି ପାଈଁ ଅଁଳା, ଘିୟକୁଁଆରୀ ଏବଂ ଗୁଲୁଚୀ ବୃକ୍ଷ ର କାଢା ପିଇବା ପାଈଁ ଦିଆ ଯାଇଥିଲା। ଏହି ସମ୍ପୂର୍ଣ କାର୍ୟ୍ୟକ୍ରମ କୁ ପ୍ରମୁଖ ଆଓମା ଅନୁଷ୍ଠାନ, ପାତଞ୍ଚଳି ଯୋଗ ସମିତି, ନେହୁରୁ ଯୁବ କେନ୍ଦ୍ର ଏବଂ ଅନ୍ୟ ସ୍ୱଛାସେବି ସଙ୍ଗଠନ ର କର୍ମକର୍ତା ମାନେ ମିଳିତ ଭାବରେ ପରିଚାଳନା କରି ସହଯୋଗ ପ୍ରଦାନ କରିଥିଲେ।

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews

ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର 

mahabharatanews

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

mahabharatanews