ଅପରାଧ

ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ ଏନଏସି କନିଷ୍ଠ ଯନ୍ତ୍ରୀ

(ପାଟଣାଗଡ):ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ସୋମବାର ଭିଜିଲାନ୍ସ ଚଢ଼ଉ ହୋଇଛି। ଏଠାରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ।
ସୂଚନା ମୁତାବକ, ପାଟଣାଗଡ଼ ଏନ୍ଏସିର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନେଇ ସରକାରଙ୍କ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇଥାଏ। ଏହି ଯୋଜନାରେ ପାଟଣାଗଡ଼ର ରାମପୁରସ୍ଥିତ ଟଙ୍କଧର କୁମ୍ଭାର ଘରଟିଏ ପାଇଥିଲେ। ତେବେ ଘର ହୋଇଥିବା ବେଳେ ଶେଷ ପର୍ୟ୍ୟାୟର ବିଲ୍ କରିବା ପାଇଁ ଏନଏସିର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କୁ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏହାକୁ ନେଇ ଟଙ୍କଧର କୁମ୍ଭାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍ ସୋମବାର ଚଢଉ କରିଥିଲେ । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ ଜଣକ ଧରା ପଡ଼ିଥିଲେ। ତାଙ୍କୁ ପ୍ରଥମେ ପଚରା ଉଚରା କରିବା ପରେ ଭିଜିଲାନ୍ସ ଟିମ୍ ବଲାଙ୍ଗୀର ନେଇଯାଇଥିବା ବେଳେ ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Related posts

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ଗୋଦାମରୁ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ, ଜଣେ ଗିରଫ

mahabharatanews

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews