ରାଜନୀତି

ଏନସିପି ଛାଡିଲେ ଶଙ୍କର ବାଘେଲ

(ଅହମ୍ମଦାବାଦ): ଗୁଜରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲ ଏନସିପିର ରାଷ୍ଟ୍ରୀୟ ମହାସଚିବ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି । ଏଥିସହ ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ସେ ଏକ ପତ୍ର ଲେଖି ଜଣାଇଛନ୍ତି । ଏଥିସହ ଉକ୍ତ ପତ୍ରକୁ ଟୁଇଟରରେ ପୋଷ୍ଟ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନା ମୁତାବକ, ନିକଟରେ ରାଜନୈତିକ ଘଟଣା, ଦଳର କାର୍ଯ୍ୟକର୍ତ୍ତା ଓ ନେତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ନେଇ ବାଘେଲ କହିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚରେ ଶରଦ ପାୱାରଙ୍କ ଦଳ ଏନସିପିରେ ବାଘେଲ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ ।

Related posts

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

mahabharatanews

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର

mahabharatanews

୨ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ

mahabharatanews