ରାଜନୀତି

ଏନସିପି ଛାଡିଲେ ଶଙ୍କର ବାଘେଲ

(ଅହମ୍ମଦାବାଦ): ଗୁଜରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲ ଏନସିପିର ରାଷ୍ଟ୍ରୀୟ ମହାସଚିବ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି । ଏଥିସହ ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ସେ ଏକ ପତ୍ର ଲେଖି ଜଣାଇଛନ୍ତି । ଏଥିସହ ଉକ୍ତ ପତ୍ରକୁ ଟୁଇଟରରେ ପୋଷ୍ଟ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନା ମୁତାବକ, ନିକଟରେ ରାଜନୈତିକ ଘଟଣା, ଦଳର କାର୍ଯ୍ୟକର୍ତ୍ତା ଓ ନେତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ନେଇ ବାଘେଲ କହିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚରେ ଶରଦ ପାୱାରଙ୍କ ଦଳ ଏନସିପିରେ ବାଘେଲ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ ।

Related posts

ହିମନ୍ତ ବିଶ୍ୱଶର୍ମା  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

mahabharatanews

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

mahabharatanews

“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନ

mahabharatanews