ଓଡିଶା

ରଥ ଟାଣିବେ ୧୫୦୦ ସେବାୟତ

(ପୁରୀ): ଚଳିତବର୍ଷ ରଥଯାତ୍ରା ପାଇଁ ସମସ୍ତ କଟକଣା ସହ ନୀତି ଅନୁଷ୍ଠିତ ହୋଇଥିବା ବେଳେ ରଥଟଣାକୁ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ବଡଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ୩ ଠାକୁର ବିଜେ କରିସାରିଲେଣି । ରଥଟଣାକୁ ସମଗ୍ର ବିଶ୍ୱବାସୀ ଅପେକ୍ଷା କରିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋଭିଡ ଗାଇଡଲାଇନ ଅନୁସାରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଗୋଟିଏ ରଥକୁ ୫୦୦ ଜଣ ସେବାୟତ ଟାଣି ଟାଣି ଶରଧାବାଲିକୁ ନେବେ । ଅର୍ଥାତ ୩ ରଥକୁ ଟାଣିବା ପାଇଁ ୧୫୦୦ ସେବାୟତଙ୍କୁ ଚୟନ କରାଯାଇଛି । ଏହା ପୂର୍ବରୁ ସମସ୍ତ ସେବାୟତଙ୍କର କୋଭିଡ ପାଇଁ ସ୍ୱାବ ନମୁନା ପରୀକ୍ଷା ହୋଇଛି । ରଥ ଉପରେ ଏଥର ପୂର୍ବ ବର୍ଷ ଭଳି ସେବାୟତମାନେ ରହିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ରଥ ଉପରେ କେବଳ ୧୦ ଜଣ ଲେଖାଏଁ ସେବାୟତ ରହିପାରିବେ । ଶାନ୍ତିପୂର୍ଣ୍ଣ ଭାବେ ରଥଯାତ୍ରା ଶେଷ କରିବାକୁ ଉଭୟ ସରକାର ଓ ପ୍ରଶାସନ ଲାଗିପଡ଼ିଛନ୍ତି ।

Related posts

ସ୍କୁଲ ଅନୁଦାନ ଟଙ୍କା ହଡପ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ବଦଳି ଦାବି

mahabharatanews

ବର୍ଷର ପ୍ରଥମ ଦିନ ତୃପ୍ତି ବିତାଇଲା ଅବହେଳିତ ଆଦିବାସୀଙ୍କ ସହ

mahabharatanews

ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews