ଓଡିଶା

 ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗ

(ଭୁବନେଶ୍ୱର) :  ଏକାମ୍ର କ୍ଷେତ୍ରରେ ଦୀର୍ଘ ୭୪ ବର୍ଷ ଧରି ଏଭଳି ବିଧିରେ ମଣ୍ଡପରେ ମା’ଙ୍କ ପୂଜା ହୋଇଆସୁଛି। ଏହି ମଣ୍ଡପର ପ୍ରଥା ଓ ପରମ୍ପରା ଅନୁସାରେ ଏଠାରେ ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗଲାଗି କରାଯାଏ ଏବଂ ପାଣିକଖାରୁ ବଳି ଦିଆଯାଏ। ମହାଷ୍ଟମୀରେ ଅନୁଷ୍ଠିତ ସନ୍ଧି ପୂଜା ଅବସରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ବ୍ରତ ପୂଜା କରନ୍ତି।

ସୂଚନାନୁଯାୟୀ , ପୂଜା ଆରମ୍ଭରୁ ସାହି ମୁରବିମାନଙ୍କୁ ସାମିଲ୍‌ କରାଯାଇଆସୁଛି। ଶୈବପୀଠ ଭାବେ ପୁରୁଣା ଭୁବନେଶ୍ବରର ପ୍ରସିଦ୍ଧି ଥିଲେ ମଧ୍ୟ ଏହା ଶକ୍ତି ଉପାସନାର ଭୂମି। ଏହି ଅଞ୍ଚଳରେ ଅଷ୍ଟଚଣ୍ଡୀଙ୍କ ସହ ମା’ ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଉଛନ୍ତି। ତେଣୁ ଦୁର୍ଗା ପୂଜା ଅବସରରେ ଆମ ମଣ୍ଡପରେ ଚଣ୍ଡୀପାଠ ହୋଇଆସୁଛି। ଏହା ଆମ ପୂଜାର ବଡ଼ ବିଶେଷତ୍ବ।

Related posts

ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏବେବି ଲାଗି ରହିଛି ଭିଡ

mahabharatanews

ଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

mahabharatanews

ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି

mahabharatanews