Uncategorized

ଗଲୱାନରେ ଆହତ ହୋଇଥିବା ଯବାନଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ

ଲେହ: ଆଜି ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ଦୁଇଦିନିଆ ଲେହ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିବା ସହ ଆର୍ମି ହସପିଟାଲ ଯାଇ ଗଲୱାନରେ ଚୀନା ସେନା ସହ ହୋଇଥିବା ସଂଘର୍ଷରେ ଆହତ ହୋଇଥିବା ଯବାନମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
ଲେହସ୍ଥିତ ଭାରତୀୟ ସେନାର ୧୪ କୋର କାର୍ୟ୍ୟାଳୟରେ ଏକ ସମୀକ୍ଷା ବୈଠକରେ ନରଓ୍ଵାଣେ ଅଧ୍ୟକ୍ଷତା କରିଛନ୍ତି ।
ଆଜି ଦୁଇଦେଶର ସେନା ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ଗତତାଲିଠାରୁ ତିବ୍ଦତର ମୋଲଡୋଠାରେ ଦୁଇ ଦେଶର ସେନା କମାଣ୍ଡରଙ୍କ ମଧ୍ୟରେ ଏକ ମାରାଥନ ବୈଠକ ହୋଇଥିଲା । ଏହି ବୈଠକରେ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ ।
ସେନାମୁଖ୍ୟ ଚିକିତ୍ସିତ ହେଉଥିବା ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରୁଥିବାବେଳର ଫଟୋ ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଛି ।

Related posts

ସିଏଏ ସମର୍ଥନ ସମ୍ମିଳନୀରେ ଦୁଇ ଗୋଷ୍ଠୀ ହାତାହାତି

mahabharatanews

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

କର୍ଣ୍ଣାଟକର ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା

mahabharatanews