Uncategorized

ପ୍ରଧାନମନ୍ତ୍ରୀ ଚୀନର ଉକ୍ତିକୁ ଗ୍ରହଣ କରି ସେନା ସହ ବିଶ୍ୱାସଘାତକତା କରିଛନ୍ତି: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି, ବେଜିଂ ବଳପୂର୍ବକ ଭାରତର ସୀମା ଅଧିକାର କରିଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସ୍ଥିତିକୁ ବିଗାଡି ଦେଇଛନ୍ତି । ସେ ଆହୁରି କହିଛନ୍ତି, ଭାରତର କୌଣସି ଅଂଶକୁ ସେ ଅକ୍ତିଆର କରିଥିବାକୁ ନେଇ ବେଜିଂର ପକ୍ଷକୁ ଗ୍ରହଣ କରି ମୋଦି ଆର୍ମି ସହ ବିଶ୍ୱାସଘାତକତା କରିଛନ୍ତି । ଆଜି ଅନୁଷ୍ଠିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଏହା କହିଛନ୍ତି ।
ମୋଦିଙ୍କ ଦ୍ୱାରା ଦେଶର ବିଦେଶ ନୀତି ଓ କୂଟନୀତିର ଅବକ୍ଷେୟ ପରେ ଚୀନ ଏପରି ପଦକ୍ଷେପ ନେଇଛି ବୋଲି ରାହୁଲ କହିଛନ୍ତି । ଚାଇନା ବଳପୂର୍ବକ ଭାରତୀୟ ଅଞ୍ଚଳକୁ ଅକ୍ତିଆର କରି ନେଇଛି । ଏହା ସତ୍ତେ୍ୱ ଚୀନ ଦାବି କରୁଛି ସେ କୌଣସି ଭ।।ରତୀୟ ଅଞ୍ଚଳକୁ ଅକ୍ତିଆର କରି ନାହିଁ । ଚୀନର ଏହି ଉକ୍ତିକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଦେଶର ସ୍ଥିତିକୁ ନଷ୍ଟ କରିବା ସହ ସେନା ସହ ବିଶ୍ୱାସଘାତକ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଆମ ଯବାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ନ ଦିଅନ୍ତୁ ।

Related posts

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews

ଡିଜିଟାଲ ରଥଯାତ୍ରା ଆୟୋଜନ କରିବ ଇସ୍କନ

mahabharatanews

୨୬/୧୧ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକାରୀ ଆମେରିକାରେ ଗିରଫ

mahabharatanews

Leave a Comment