Uncategorized

ଆରଜେଡିକୁ ଶକ୍ତ ଧକ୍କା:ନୀତିଶଙ୍କ ଦଳରେ ମିଶିଲେ ୫ ବିଧାନ ପରିଷଦ ସଦସ୍ୟ

(ପାଟନା): ବିହାର ବିଧାନ ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୋଟିଂ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରାଜନୈତିକ ଦଳ ଆରଜେଡିକୁ (ରାଷ୍ଟ୍ରୀୟ ଜନତା ଦଳ) ଶକ୍ତ ଝଟକା ଲାଗିଛି । ଆରଜେଡିର ୫ ବିଧାନ ପରିଷଦ ସଦସ୍ୟ ଦଳ ଛାଡି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଛନ୍ତି । ସେହିପରି ଆରଜେଡିର ଉପ ସଭାପତି ରଘୁବଂଶ ପ୍ରସାଦ ସିଂହ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେଇଥିବା ୫ ଜଣ ବିଧାନ ପରିଷଦ ସଦସ୍ୟମାନେ ହେଉଛନ୍ତି ସଞ୍ଜୟ ପ୍ରସାଦ, ଏମଡି କମର ଆଲାମ, ରାଧା ଚରଣ ସେଠ, ଦିଲ୍ଲୀପ ରାୟ ଓ ରଣବିଜୟ ସିଂହ । ଜୁଲାଇ ୭ରେ ବିଧାନ ପରିଷଦ ପାଇଁ ଭୋଟିଂ ପୂର୍ବରୁ ଏମାନେ ଆରଜେଡି ଛାଡି ନୀତିଶଙ୍କ ଦଳରେ ମିଶି ଯାଇଛନ୍ତି । ତେଜସ୍ୱୀ ଯାଦବଙ୍କ ହାତରେ ନେତୃତ୍ୱକୁ ନିନ୍ଦା କରିବା ସହ ଆରଜେଡିରେ ଚାଲିଥିବା ବଂଶବାଦ ରାଜନୀତି କାରଣରୁ ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଅନ୍ୟପଟେ ବିଧାନ ପରିଷଦ ପାଇଁ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଆରଜେଡି କହିଛି ।

Related posts

ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବୁ ନାହିଁ: ସୁପ୍ରିମକୋର୍ଟ

mahabharatanews

ସୁରଙ୍କୁ ତିର୍ତ୍ତୋଲ ଓ ତାରାଙ୍କୁ ବାଲେଶ୍ୱର ପର୍ଯ୍ୟବେକ୍ଷକ ଦାୟୀତ୍ୱ

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews