ଅପରାଧଓଡିଶା

ବେଆଇନ ମଦ କାରବାର ବେଳେ ୨ ଗିରଫ

(କଣ୍ଟାବାଞ୍ଜି):ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ କାରବାର ବଢିବାରେ ଲାଗିଛି । ଜିଲ୍କାରେ ମଦ ମାଫିଆମାନେ ପୂର୍ବପେକ୍ଷା ଅଧିକ ସକ୍ରିୟ ହୋଇଛନ୍ତି । ବୁଧବାର ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଉପାଧ୍ୟକ୍ଷା ସୁନ୍ଦରମିତି ବାଗଙ୍କ ସ୍ୱାମୀ ଜୟକୃଷ୍ଣ ବାଗ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ରାଧାକାନ୍ତ ସାହୁଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ ପୋଲିସ ପେଟ୍ରୋଲିଂ ସମୟରେ ଅଭିଯୁକ୍ତ ଦୁଇ ଜଣ ଏକ ନମ୍ବର ବିହୀନ ସ୍କୁଟିରେ ରନ୍ଧା ମଦ ନେଇ ଯାଉଥିଲେ । ପୋଲିସ ସନ୍ଦେହ କରି ସେମାନଙ୍କ ପିଛା କରିବା ସହ ସ୍କୁଟିକୁ ଅଟକାଇଥିଲା । ପରେ ଯାଞ୍ଚ କରିବାରୁ ସ୍କୁଟି ଡିକିରୁ ଅଧ ଲିଟରର ୧୦ଟି ମଦ ପାଉଚ ଓ ୨ ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା । ପୋଲିସ ସେଗୁଡିକୁ ଜବତ କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି । ତେବେ ବେଆଇନ ମଦ କାରବାରରେ ପଂଚାୟତ ସମିତି ଉପାଧ୍ୟକ୍ଷାଙ୍କ ସ୍ୱାମୀ ଗିରଫ ହୋଇଥିବା ଯୋଗୁଁ ଏହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Related posts

୪ ମାସ ମଧ୍ୟରେ ରାଜ୍ୟରେ ଶେଷ ହେବ ଟୀକାଦାନ

mahabharatanews

ପୁତୁରାର ଟାଙ୍ଗିଆ ଚୋଟରେ ମାଉସୀ ମୃତ

mahabharatanews

ହିଞ୍ଜିଳି ପୁଲିସ ପକ୍ଷରୁ କରୋନା ସଚେତନତା ରାଲି

mahabharatanews