Uncategorized

ଟିଏମସି ବିଧାୟକ ତମୋନାଶ ଘୋଷଙ୍କ କରୋନାରେ ମୃତ୍ୟୁ

କଲକାତା: ମହାମାରୀ କରୋନା ଦେଶରେ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ଏହି ଭୂତାଣୁରେ ପଶ୍ଚିମବଙ୍ଗରେ ୫୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ କରୋନାରେ ସଂକ୍ରମିତ ହେବା ପରେ କଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ଥିଲେ । ସେ କିଡ୍‌ନୀ ଏବଂ ହୃଦରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ବୁଧବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୦ ବର୍ଷ ହୋଇଥିଲା। ଗତ ୩୫ ବର୍ଷ ଧରି ସେ ଦଳରେ କାର୍ଯ୍ୟକରି ଆସୁଥିଲେ । ତମୋନାଶ ଦକ୍ଷିଣ ୨୪ ପ୍ରଗଣା ଜିଲାର ଫଲ୍‌ଟା ବିଧାନସଭା ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Related posts

୧୨୬ ବର୍ଷ ପରେ ନଡିଆ ଗଛରେ ଫଳିଲା ଫଳ

mahabharatanews

ପୁଲିସ ଏନକାଉଣ୍ଟରେ ଅନ୍ତର୍ରାଜ୍ୟ ଅପରାଧି ଗିରଫ

mahabharatanews

ବାଲିକୁଦା ଏରସମା ବିଜେପିର ସାଂଗଠନିକ ପର୍ବ

mahabharatanews