ଓଡିଶା

ବିଏସଏନଏଲ ଠିକା ଶ୍ରମିକଙ୍କୁ ଛଟେଇ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ

(ସ୍ମୃତି ରଞ୍ଜନ ଧର/କଣିହାଁ): ବିଏସଏନଏଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ଆସନ୍ତା ମାସରୁ ଛଟେଇ କରିବା ନିମନ୍ତେ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ପ୍ରତ୍ୟାହାର ଦାବି କରି ବୁଧବାର କାର୍ଯ୍ୟାଳୟ ସମ୍ମୁଖରେ ଏଆଇୟୁଟିସି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ବିଜେପି ସରକାରଙ୍କ ଘରୋଇ କଂପାନୀ ପ୍ରିତୀ ଯୋଗୁଁ ରାଷ୍ଟ୍ରାୟତ୍ତଟେଲିକମ୍ ଉଦ୍ୟୋଗ ବିଏସ୍ଏନ୍ଏଲ୍ର କର୍ମଚାରୀ, ଠିକା ଶ୍ରମିକ ଓ ଉପଭୋକ୍ତାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୀବନବ୍ୟାପୀ ଦୀର୍ଘ ୨୦ରୁ ୩୦ ବର୍ଷ ଧରି ବିଏସ୍ଏନ୍ଏଲ୍ ର ବିଭିନ୍ନ କାର୍ଯ୍ୟରେ ସୁଚାରୁ ରୁପେ କାର୍ଯ୍ୟକରି ଆସିଥିବା ଠିକା ଶ୍ରମିକମାନଙ୍କୁ ଛଟେଇ କରିବା ପାଇଁ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ଜାରି କରିଥିବା ନୋଟିସକୁ ଏଆଇୟୁଟିସି ବିରୋଧ କରି ୨୪ ଜୁନ ୨୦୨୦କୁ ‘ସାରା ଓଡିଶା ବିଏସ୍ଏନ୍ଏଲ୍ ଠିକା ଶ୍ରମିକ ସୁରକ୍ଷା ଦିବସ’ ଭାବେ ପାଳନ କରାଯାଇଛି । ତେବେ ବିଏସ୍ଏନ୍ଏଲ୍ର ଠିକା ଶ୍ରମିକଙ୍କ ଚାକିରି ସର୍ତ୍ତାବଳୀକୁ ସୁରକ୍ଷିତ କରିବା , ବିଏସ୍ଏନ୍ଏଲ୍ ଠିକାଶ୍ରମିକଙ୍କ ଏକ ବର୍ଷରୁ ଅଧିକ ସମୟର ବକେୟା ମଜୁରୀ ପ୍ରଦାନ କରିବା ପାଇଁ ସ୍ମାରକ ପତ୍ରକୁ ବିଏସ୍ଏନ୍ଏଲ୍ ଓଡିଶା ସର୍କଲର ସିଜିଏମ୍ଙ୍କ ଉଦ୍ଦେଶ୍ୟରେ ବିଏସ୍ଏନ୍ଏଲ୍ ଏସ.ଡି.ଓ କଣିହାଁଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଏଆଇୟୁଟିସି ଅନୁଗୋଳର ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, କଣିହାଁ ବ୍ଲକ କମିଟି ସଂପାଦକ ଟୁନା ନାଏକ, ପ୍ରମୁଖ ଯୋଗ ଦେଇଥିଲେ ।

Related posts

ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଜବାବ ମାଗିଲେ ହାଇକୋର୍ଟ

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews

ଇରାନରେ ମୃ.. ସଂଖ୍ୟା ୨୦୦୦ ଟପିଲା

mahabharatanews