Uncategorized

ସୋପୋର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

(ଶ୍ରୀନଗର): ଗୁରୁବର ସକାଳେ ଜାମ୍ମୁକାଶ୍ମୀରର ସୋପାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ହର୍ଦ୍ଦସିଭ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଘଟଣା ସ୍ଥଳରେ ସୋପାର ପୁଲିସର ମିଳିତ ଟିମ୍ ଓ ସିଆରପିଏଫ୍ ଯବାନମାନେ ଏକକାଳୀନ ଚଢାଉ କରିଥିଲେ । ଏହି ସମୟରେ ଆତଙ୍କୀଙ୍କ ସହ ଯବାନମାନଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ କେଉଁ ଆତଙ୍କୀ ଗୋଷ୍ଠୀ ପାଇଁ ସେମାନେ କାର୍ଯ୍ୟ କରୁଥିଲେ ତାହା ରିପୋର୍ଟ ଲେଖାଯିବା ଯାଏ ଜଣାପଡିନାହିଁ । ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଗୁଳିଗୋଳା ସହ ମାରଣାସ୍ତ୍ର ଜବତ ହୋଇଛି । ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହା ପୂର୍ବରୁ ଜୁନ୍ ୨୩ରେ ପୁଲୱାମାର ବାନ୍ଧୁ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଥିରେ ଜଣେ ସିଆରପିଏଫ୍ ଯବାନଙ୍କର ମୃତ୍ୟୁ ଘଟିଥିଲା।

Related posts

୩ ଚୀନ କମ୍ପାନୀର ପ୍ରୋଜେକ୍ଟ ରଦ୍ଦ କଲା ମହାରାଷ୍ଟ୍ର ସରକାର

mahabharatanews

କିପରି ସଫା କରିବେ ହୋଲି ରଙ୍ଗରେ ରଙ୍ଗୀନ କପଡ଼ା

mahabharatanews

ସଂସ୍କାର ଅଭାବରୁ ବିଦେଶ ଯାଉଥିବା ପିଲା ଖାଉଛନ୍ତି ବିଫ: ଗିରିରାଜ

mahabharatanews