ଅପରାଧ

ହାତୀ ଛୁଆ ହତ୍ୟାର ପର୍ଦ୍ଦାଫାସ୍: ବନ ବିଭାଗ ହାତରେ ଶିକାରୀ

ରାଉରକେଲା: କିଛି ଦିନ ତଳେ ଚାରି ମାସର ଏକ ହାତୀ ଛୁଆକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅପରାଧିକୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ହେଉଛି ପିତମହଲ ଗାଁର ରୁପୁ ବାରଲା(୩୭)। ଅଭିଯୁକ୍ତ ନିକଟରୁ ବନବିଭାଗ ବହୁ ଜୀବଜନ୍ତୁଙ୍କ ସିଙ୍ଗ, ଦାନ୍ତ, ଧନୁ ତୀର, ଫାସ ଆଦି ଜବତ କରିଛି।
ସୁନ୍ଦରଗଡ଼ ଜିଲ୍ଲାରେ ଫାଶ ପକାଇ ଏକ ହାତୀ ଛୁଆକୁ ହତ୍ୟା କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଏମିତି ଅଭାବନୀୟ ଘଟଣା ଘଟିଥିଲା । ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ନିକଟ ସାନଡୋଲାକୁଦୁର ଜଙ୍ଗଲରେ ବାରହା ଓ ଠେକୁଆ ଧରିବା ଲାଗି ଫାଶ ବିଛାଇଥିଲା। ଏହି ଫାଶରେ ହାତୀ ଛୁଆଟି ଛନ୍ଦି ହୋଇ ପ୍ରାଣ ହରାଇଥିଲା। ହାତୀ ଛୁଆର ଗଳାରେ ଅଛି କ୍ଷତ ଚିହ୍ନ ରହିଥିଲା । ଉକ୍ତ ହାତୀଛୁଆ ମରିଯିବା ପରେ ତାକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦିଆଯାଇଥିଲା। ଉକ୍ତ ହାତୀଛୁଆଟି ପୋଖରୀରେ ଭାସୁଥିବାର ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କୁଆଁରମୁଣ୍ଡା ରେଞ୍ଜ ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ କୁଆଁରମୁଣ୍ଡା ରେଞ୍ଜ ଅଧିକାରୀ ଓ ରାଉରକେଲା ବନଖଣ୍ଡର ଅତିରିକ୍ତ ବନସଂରକ୍ଷକ ଦିଲୀପ ସାହୁ ପହଞ୍ଚି ମୃତ ହାତୀର ଶବକୁ ଜବତ କରିବା ସହ ତା’ର ଵ୍ୟଵଛେଦ କରାଇଥିଲେ ।

Related posts

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ସାମ୍ବାଦିକ ତଥା ଆରଟିଆଇ କର୍ମୀଙ୍କ ହତ୍ୟା

mahabharatanews

ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews