ଅପରାଧ

ସାମାନ୍ୟ ବଚସାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଧିନ ଆପନମାଲା ଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସାମାନ୍ୟ ଯୁକ୍ତିତର୍କକୁ ନେଇ ହତ୍ୟାକାଣ୍ଡ ଘଟିଛି । ତେବେ କେହି ଦୁର୍ବୃତ୍ତ ନୁହେଁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଛୁରୀ ଭୁସି ମାରିଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଆପନମଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ରମା ଏକ ଛୁରୀରେ ଆନ୍ତଙ୍କ ଛାତିକୁ ଛୁରିରେ ଭୁସି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଆନ୍ତୁଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଲିମେଳା ପୋଲିସ ଗାଁରେ ପହଞ୍ଚିଥିଲା । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଚନ୍ଦ୍ରମାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ।

Related posts

ପୋଲିସ ଡିଜି ଏବଂ ସେଣ୍ଟ୍ରାଲ ରେଞ୍ଜ IGP ଙ୍କୁ ଚିଠି ଲେଖିଲେ ଚାମେଲୀ

mahabharatanews

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର

mahabharatanews