Uncategorized

ପାକିସ୍ତାନରେ ୩୦ ପ୍ରତିଶତ ପାଇଲଟ ଜାଲ ଲାଇସେନ୍ସଧାରୀ

ଇସ୍ଲାମାବାଦ: ଗତ ମାସରେ କରାଚୀଠାରେ ହୋଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ (ପିଆଇଏ)ର ଯାତ୍ରୀବାହୀ ବିମାନ ଦୁର୍ଘଟଣାର ତଦନ୍ତରୁ ଚାଞ୍ଚଲ୍ୟକାର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡିଛି, ପାକିସ୍ତାନର ଯାତ୍ରୀବାହୀ ବିମାନ ଉଡ଼ାଉଥିବା ୩୦ ପ୍ରତଶତ ପାଇଲଟଙ୍କ ଲାଇସେନ୍ସ ଜାଲ ରହିଛି । ପାକିସ୍ତାନରେ ବିମାନ ଉଡ଼ାଇବା ପାଇଁ ଆବଶ୍ୟକ ତାଲିମ ନ ନେଇ ଲାଞ୍ଚ ଦେଇ ପାଇଲଟ ହେଉଛନ୍ତି ଲୋକ ।
ଏହି ତଦନ୍ତ ରିପୋର୍ଟକୁ ଗତକାଲି ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ଵାର ଖାଁ ନ୍ୟାସନାଲ ଆସେମ୍ଲିରେ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟ ଉପସ୍ଥାପନ କରି ସେ କହିଥିଲେ ଯେ ପାକିସ୍ତାନରେ ଏବେ ପ୍ରାୟ ୮୫୦ ପାଇଲଟ ଘରୋଇ ରୁଟରେ ବିମାନ ଉଡ଼ାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୨୬୦ ପାଇଲଟଙ୍କ ଲାଇସେନ୍ସ ଜାଲ । ଅର୍ଥାତ ସେମାନେ ପାଇଲଟ ପରୀକ୍ଷା ବେଳେ ଅନ୍ୟ ଜଣକୁ ବସାଇ ଲାଇସେନ୍ସ ପାଇଛନ୍ତି । ଏବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଗତ ମେ ୨୨ରେ ପାକିସ୍ତାନର କରାଚୀଠାରେ ପିଆଇଏର ଏକ ବିମାନ ଆବାସିକ ଅଞ୍ଚଳ ଉପରେ ଖସିପଡ଼ିଥିଲା । ଏହି ବିମାନରେ ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ । ଏହି ଦୁର୍ଘଟଣାରେ ମୋଟ ୯୭ ଜଣ ନିହତ ହୋଇଥିଲେ ।

Related posts

ଲୋଧିରୋଡ ସ୍ଥିତ ସରକାରୀ ବାସଭବନ ଛାଡିବାକୁ ପ୍ରିୟଙ୍କାଙ୍କୁ ନୋଟିସ

mahabharatanews

ଦେଶରେ ଦିନକରେ ୮୬ ହଜାର ୯୬୧ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

mahabharatanews