ଅପରାଧ

ବୀରମିତ୍ରପୁର ଥାନା ଅଧିକାରୀ ନିଲମ୍ବିତ

ରାଉରକେଲା: ନାବାଳିକାକୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ନିଲମ୍ବିତ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ । କାର୍ଯ୍ୟରେ ଅବହେଳା, ବେଆଇନ୍ କାର୍ୟ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ରାତିଅଧିଆ ନାବାଳିକାର ଗର୍ଭପାତ କରିବା ଘଟଣାରେ ଥାନା ଅଧିକାରୀଙ୍କ ସମେତ ୬ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ଗର୍ଭପାତ କରାଇଥିବା ଡାକ୍ତର ଫେରାର ଅଛନ୍ତି । ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ ଏସ୍‌ପି ରାଏବଗା ଥାନାରେ ପହଁଞ୍ଚିଥିଲେ। ସେଠାରେ ପହଁଞ୍ଚିବା ପରେ ଘଟଣା ସଂପର୍କରେ ବୁଝିଥିଲେ। ଏହାପରେ ଚାଇଲ୍‌ଡ ହେପ ଲାଇନ୍‌ରେ ଏସ୍‌ପି ପହଁଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ଘଟଣାରେ ଯେଉଁମାନେ ବି ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଥିଲେ । ଆଜି ଡିଜି ଥାନା ଅଧିକାରୀଙ୍କୁ ଗିରଫ କରିଛନ୍ତି ।
ରିର୍ପୋଟ୍ ଆଧାରରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ରାଏବଗା ଥାନାରେ ବୀରମିତ୍ରପୁର ଥାନା ଅଧତ୍କାରୀ, ବୀରମିତ୍ରପୁର ଥାନାର ଏସଆଇ, ନାବାଳିକାର ସାବତ ବାପା, ସାବତ ବାପାଙ୍କ ସାଙ୍ଗନାଁ ଓ ଗର୍ଭପାତ କକରାଇଥିବା ଡାକ୍ତରଙ୍କ ନାମରେ ମ।।ମଲା ରୁଜୁ ହୋଇଛି।

Related posts

ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଇନିସପେକ୍ଟରଙ୍କ ଆତ୍ମହତ୍ୟା

mahabharatanews

ବାରିପଦା ଜେଲ ଯିବା ବାଟରେ ହାଇଦରକୁ ଏନକାଉଣ୍ଟର

mahabharatanews

ଅଶାରାମ ବାପୁଙ୍କ ଆବେଦନକୁ ଖାରଜ

mahabharatanews