ଅପରାଧଓଡିଶା

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନିଆଳ ଗାଁରେ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ ବିଦ୍ୟୁତ କର୍ମଚାରୀ ରାଜେନ୍ଦ୍ର ପଲେଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସଂଧ୍ୟା଼ରେ ରାଜେନ୍ଦ୍ର  ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ନିଆଳ ପଞ୍ଚାୟତ ଅଫିସ ସମ୍ମୁଖରେ ୭ରୁ ୮ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ପରେ ଖଣ୍ଡା ଓ ଭୁଜାଲିରେ ଦୁର୍ବୃତ୍ତମାନେ ରାଜେନ୍ଦ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରି ସେଠାରୁ ପଳାଇଯାଇଥିଲେ। ସ୍ଥାନୀୟ ଲୋକେ ରାଜେନ୍ଦ୍ରଙ୍କୁ ରକ୍ତ ଜୁଡ଼ୁବୁ‍ଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।ରାଜେନ୍ଦ୍ରଙ୍କୁ  ଦୁର୍ବୃତ୍ତମାନେ କାହିଁକି ଓ କେଉଁ କାରଣ ପାଇଁ ଆକ୍ରମଣ କଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Related posts

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

mahabharatanews

ଆଜି ରାଜ୍ୟରୁ ୧୨୦୩ କରୋନା ପଜିଟିଭ ଚିହ୍ନଟ

mahabharatanews

 ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ 

mahabharatanews