(ରଜନୀକାନ୍ତ ପାତ୍ର/ହିଞ୍ଜିଳି):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତାଳପାଟଣା ଠାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଦୁଇ ଚକିଆ ଏକ୍ସିଲ ସହ ଏକ ସ୍କର୍ପିଓ ଧକ୍କା ହୋଇଛି । ଫଳରେ ଏକ୍ସିଲ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣକ ନନ୍ଦିଗୋର ଅଞ୍ଚଳର ବାବୁଲା ଜେନା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ନନ୍ଦିଗୋରରୁ ଧରାକୋଟକୁ କୌଣସି କାମରେ ଯାଉଥିଲେ । ଏହି ସମୟରେ ତାଳପାଟଣା ଠାରେ ଏକ ସ୍କର୍ପିଓ ଗାଡି ସହ ତାଙ୍କର ଧକ୍କା ହୋଇଥିଲା । ଫଳରେ ଯୁବକ ଜଣକ ତାଙ୍କ ଗାଡିରୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଛି । ତେବେ ତାଳପାଟଣା ଠାରେ ବାରମ୍ବାର ଦୂର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ବହୁବାର ଅବଗତ କରାଇଥିଲେ ମଧ୍ୟ ଏନେଇ କୌଣସି ପ୍ରତିକାର କରାଯାଉନଥିବା ଲୋକେ କହିଛନ୍ତି ।
previous post