ଓଡିଶା

ରାଜଧାନୀରୁ ପୁଣି ୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ପର: ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିôବା ସଂକ୍ରମିତଙ୍କ ସୂଚନା ବିଏମସି ଦେଇଛି । ଭୁବନେଶ୍ୱରରୁ ପୁଣି ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ଘରୋଇ ସଙ୍ଗରୋଧରେ ଥିବା ବେଳେ ଅନ୍ୟ ୮ ଜଣ ସ୍ଥାନୀୟ ସଂକ୍ରମିତ । ୮ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ସିରିପୁର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତିରୁ ୪ ଜଣ (୫୦,୧୮ ବର୍ଷୀୟ ପୁରୁଷ, ୩୧ ଏବଂ ୩୮ବର୍ଷୀୟା ମହିଳା), ଏକ ଘରୋଇ ହସ୍ପିଟାଲର ୩ କର୍ମଚାରୀ(୩୮ ପୁରୁଷ,୪୨ ପୁରୁଷ ଏବଂ ୪୧ ପୁରୁଷ) ଏବଂ ଜଣେ ୫୨ବର୍ଷୀୟ ଘରୋଇ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଥିବା ସଂକ୍ରମିତ ହେଲେ ୨୬ ବର୍ଷୀୟା ମହିଳା ଓ ସେ ଦିଲ୍ଲୀରୁ ଫେରିଥିଲେ । ଏହା ସହ ସିରିପୁର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତୀରୁ ଚିହ୍ନଟ ୪ ଜଣ ଏବଂ ଘରୋଇ ହସ୍ପିଟାଲରୁ ଚିହ୍ନଟ ୩ଜଣ କର୍ମଚାରୀ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ତେବେ ଏ ଭିତରେ ଆଶ୍ୱସ୍ତିକର ସୂଚନା ହେଲା ଆଜି ଚିକିତ୍ସିତ ଥିବା ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସୁସ୍ଥ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ସତ୍ୟ ନଗର ବିଗ ବଜାର ନିକଟରୁ ଜଣେ ୨୭ବର୍ଷୀୟ ଯୁବକ, ଏୟାରପୋର୍ଟ ନିକଟସ୍ଥ ଭୀମପୁର ଅଞ୍ଚଳରୁ ଗୋଟେ ପରିବାରର ୨ଜଣ(୩୪ବର୍ଷୀୟ ପୁରୁଷ, ୬୨ବର୍ଷୀୟା ମହିଳା), ସାଲିଆ ସାହି ନିରନକରି ନଗରରୁ ୧୯ବର୍ଷୀୟ ଯୁବକ, ୪ଜଣ ରେଳ କର୍ମଚାରୀ(୩୮ବର୍ଷ, ୩୦ବର୍ଷ, ୩୪ବର୍ଷ, ୩୧ବର୍ଷ ବର୍ଷୀୟ ପୁରୁଷ) ଏବଂ ଡୁମୁଡୁମା ଏଚବି କଲୋନୀରୁ ୨ଜଣ(୪୫ବର୍ଷୀୟା ମହିଳା, ୧୦ବର୍ଷୀୟ ବାଳକ) ରହିଥିବା ଜଣା ପଡିଛି ।

Related posts

ଆଜି ପବିତ୍ର ଭଉଁରୀ ଯାତ୍ରା

mahabharatanews

ଚୋର ପାଇଁ ପୁଲିସ ସହ ବିଚାରପତି ସଙ୍ଗରୋଧ

mahabharatanews

ଡାକ୍ତରଙ୍କ କାମୁଡାରେ ଛାତ୍ରୀ ଆହତ, ଥାନାରେ ମାମଲା

mahabharatanews