ଓଡିଶା

କାଲିଠୁ ୭ ଦିନ ସଟଡାଉନ ରହିବ ଛତ୍ରପୁର ଏନଏସି

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଆସନ୍ତାକାଲି ଠାରୁ ୭ ଦିନ ପର୍ୟ୍ୟନ୍ତ ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍ଏସି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି। ଏଠାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଭଳି ସଟଡାଉନ ଘୋଷଣା କରିଛନ୍ତି। ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ସଟଡାଉନ ସମୟରେ ସମସ୍ତେ ଘରେ ରହିବେ। ବାହାରକୁ ଆସିଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏ ସମ୍ପର୍କରେ ଏନ୍ଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ଅବଗତ କରଯାଇଥିଲା। ତେବେ ସଟଡାଉନ ଘୋଷଣା ହେବା ପରେ ବଜାରରେ ହଠାତ ଲୋକଙ୍କ ଭିଡ଼ ବଢ଼ିଯାଇଛି। ୭ ଦିନ ପାଇଁ ବଜାର ବନ୍ଦ ରହିବାକୁ ଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା କିଣିବା ଲାଗି ଲୋକେ ବଜାରକୁ ଧାଉଁଥିବା ଦେଖିବାକୁ ମିଳିଛି। ସଟଡାଉନ ସମୟରେ ସହରରେ ପଜିଟିଭ ଚିହ୍ନଟ ବ୍ୟକ୍ତି ବିଶେଷଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯିବା ସହ ସହରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ। ପୂର୍ବରୁ ସହରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଏହାକୁ ସଂଯୋଗ କରୁଥିବା ଅନ୍ୟ ସାହି ଗୁଡିକରେ କର୍ଫ୍ୟୁ ଜାରି କରାଯାଇଥିଲା । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସୋମବାର ସୁଦ୍ଧା ୧୩୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୯୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related posts

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ସମବାୟ ଭବନ କୋଠା ଉଦଘାଟିତ

mahabharatanews

ଉପଲବ୍ଧ ହେବ ମହାପ୍ରସାଦ

mahabharatanews

ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ

mahabharatanews