ଓଡିଶା

ବ୍ରହ୍ମପୁରା ଫାର୍ମହାଉସର ଉନ୍ନତିକରଣ ପାଇଁ ବଡମ୍ବା ବିଧାୟକଙ୍କ ସମୀକ୍ଷା

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଜି କଟକ ଜିଲ୍ଲା ନରସିଂହପୁର ବ୍ଲକର ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ବ୍ରହ୍ମପୁରା ଫାର୍ମ ହାଉସର ପରିଦର୍ଶନ କରିଥିଲେ । ଏହାର ଉନ୍ନତିକରଣ ସହ ଏଠାରେ ଅଧିକ ଚାରା ଉତ୍ପାଦନ ପାଇଁ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଫାର୍ମର ଉନ୍ନତି ହେବା ଫଳରେ ଅଧିକ ଚାରା ଉତ୍ପାଦନ ଓ ସ୍ଥାନୀୟ ଅଞ୍ଚଳରେ ଏହାର ବିକ୍ରିକୁ ନେଇ ବିଧାୟକ ସମୀକ୍ଷା କରିଥିଲେ । ଏହି ଫାର୍ମ ହାଉସର ଉନ୍ନତିକରଣ ହେଲେ ବଡମ୍ବା, ବାଙ୍କୀ, ହିନ୍ଦୋଳ, ଗଣିଆ, ଦଶପଲ୍ଲା, ଖଣ୍ଡପଡା ପ୍ରଭୁତି ଅଞ୍ଚଳର ଚାଷୀମାନେ କର୍ମ ନିଯୁକ୍ତି ପାଇପାରିବେ ବୋଲି ବିଧାୟକ କହିଥିଲେ । ଏହି ଆଲୋଚନାରେ ହର୍ଟିକଲଚର ଉପ ନିର୍ଦେଶକ ବୈଷ୍ଣବ ଚରଣ ବାରିକ,ଇଂଜିନିୟର ଆଶୁତୋଷ ବେହେରା, ସହକାରୀ ଅଧିକାରୀ ରାକେଶ ରୋସନ ବେହେରା, ବିଡ଼ିଓ ପ୍ରଶାନ୍ତ କୁମାର ତରାଇ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗ

mahabharatanews

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ମଦ ବୋତଲ ମାଡ କଲେ ଦୁର୍ବୁତ୍ତ

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews