ଓଡିଶା

କରୋନା ସଚେତନତା ପାଇଁ ବିଏମସିର ୨ ଦିନିଆ କର୍ମଶାଳା

(ଅରୁଣ କୁମାର ସାହୁ/ଭୁବନେଶ୍ୱର): ଭୁବନେଶ୍ୱର ଶହିଦନଗର କଲ୍ୟାଣ ମଣ୍ଡପ ଠାରେ ବିଏମସି ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ୧୨୦ ଜଣ ଯୁବକ ଓ ଯୁବତୀଙ୍କୁ ୩ଟି ପର୍ଯ୍ୟାୟରେ ତାଲିମ ଦିଆଯିବାକୁ ଧାର୍ଯ୍ୟ କରାଯାଇଛି । ବିଏମସିର ଅଧିକାରୀ ଓ ଡାକ୍ତରଙ୍କ ମିଳିତ ସହଯାଗରେ ଏହି ଶିବିରର ଆୟୋଜନ କରାଯାଇଛି । ଏହି କର୍ମଶାଳା ଜରିଆରେ ତାଲିମପ୍ରାପ୍ତ ଯୁବକ ଯୁବତୀମାନେ କୋଭିଡ ସଚେତକର ଦାୟିତ୍ୱ ତୁଲାଇବେ । ସେମାନେ ଘରକୁ ଘର ବୁଲି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତକୁ ପରିଷ୍କାର ରଖିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଇବେ । ଏହାସହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହ ଜୋନାଲ କମିଶନରଙ୍କୁ ଏନେଇ ଜଣାଇବେ ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ;  ୬୫୩ କରୋନା ଆକ୍ରାନ୍ତ  ଚିହ୍ନଟ

mahabharatanews

ସମୀରଙ୍କ ଚିକିତ୍ସା ପାଇଁ ବିଧାୟକଙ୍କ  ପ୍ରତିଶ୍ରୁତି 

mahabharatanews

ମହେନ୍ଦ୍ର ତନୟା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews