ଓଡିଶା

କରୋନା ସଚେତନତା ପାଇଁ ବିଏମସିର ୨ ଦିନିଆ କର୍ମଶାଳା

(ଅରୁଣ କୁମାର ସାହୁ/ଭୁବନେଶ୍ୱର): ଭୁବନେଶ୍ୱର ଶହିଦନଗର କଲ୍ୟାଣ ମଣ୍ଡପ ଠାରେ ବିଏମସି ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ୧୨୦ ଜଣ ଯୁବକ ଓ ଯୁବତୀଙ୍କୁ ୩ଟି ପର୍ଯ୍ୟାୟରେ ତାଲିମ ଦିଆଯିବାକୁ ଧାର୍ଯ୍ୟ କରାଯାଇଛି । ବିଏମସିର ଅଧିକାରୀ ଓ ଡାକ୍ତରଙ୍କ ମିଳିତ ସହଯାଗରେ ଏହି ଶିବିରର ଆୟୋଜନ କରାଯାଇଛି । ଏହି କର୍ମଶାଳା ଜରିଆରେ ତାଲିମପ୍ରାପ୍ତ ଯୁବକ ଯୁବତୀମାନେ କୋଭିଡ ସଚେତକର ଦାୟିତ୍ୱ ତୁଲାଇବେ । ସେମାନେ ଘରକୁ ଘର ବୁଲି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତକୁ ପରିଷ୍କାର ରଖିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଇବେ । ଏହାସହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହ ଜୋନାଲ କମିଶନରଙ୍କୁ ଏନେଇ ଜଣାଇବେ ।

Related posts

ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଠାରେ ‘ବିକାଶ ଧାରା..ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ…

mahabharatanews

ଆଜି ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼

mahabharatanews

ଦାଦନ ଖଟିବାକୁ ଯାଇଥିବା ପୁଅର ନିଖୋଜ ଖବର ପାଇ ବାପାର ମୃତ୍ୟୁ

mahabharatanews