ଓଡିଶା

ମାଓବାଦୀଙ୍କ କ୍ୟାମ୍ପ ପାଲଟିଲା ପୋଲିସ ଆଶ୍ରୟସ୍ଥଳୀ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳରେ ଥିବା ମାଓ କ୍ୟାମ୍ପ ଅଫିସକୁ ଏବେ ପୋଲିସ ନିଜ କବଜାକୁ ନେଇ ପୋଲିସ ଆଶ୍ରୟସ୍ଥଳରେ ପରିଣତ କରିଛି । ଯେଉଁ କ୍ୟାମ୍ପ ଅଫିସରେ ଦିନେ ମାଓବାଦୀ ନିଜର ସଭା, ପ୍ରଜାମେଳୀ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଭଳି କାର୍ୟ୍ୟ କରୁଥିଲେ, ଆଜି ସେହି ମାଓ କ୍ୟାମ୍ପ ଅଫିସରେ ପୋଲିସ ଯବାନ ରହୁଛନ୍ତି ।କିଛି ଦିନ ପୂର୍ବେ ପୋଲିସ ଡିଜି ଅଭୟ ବିଚ୍ଛିନ୍ନାଞ୍ଚଳ ଗସ୍ତ କରି ଯୋଡ଼ାଆମ୍ବ ଠାରେ ମଡେଲ ପୁଲିସ ଥାନାକୁ ଉଦଘାଟନ କରିଥିଲେ । ତେବେ ଏହି ଥାନାର କର୍ମଚାରୀମାନେ ଏବେ ନକ୍ସଲଙ୍କ କ୍ୟାମ୍ପ ଅଫିସକୁ ନିଜର କବଜାକୁ ନେଇଛନ୍ତି । ଏଠାରୁ ନକ୍ସଲ ପଛକୁ ହଟିଯାଇଛନ୍ତି । ଦିନ ଥିଲା ନକ୍ସଲ ଏହି ଅଞ୍ଚଳକୁ ନିଜର ଗଡ ବନେଇଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି । ଏହି ଅଞ୍ଚଳକୁ ବିଏସଏଫ ଏବଂ ପୋଲିସ ନିଜ ଅକ୍ତିଆରକୁ ନେଇଯାଇଛି ।
ଯେଉଁଠି ଲୋକେ ପାଦରେ ଚାଲିଚାଲି ଯାଉଥିଲେ ଆଜି ପକ୍କା ରାସ୍ତାରେ ମଟର ଯାନରେ ଯିବା ଆସିବା କରୁଛନ୍ତି । ପୁଲିସ ଏବଂ ବିଏସଏଫଙ୍କ ଅବଦାନ ଅତୁଳନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି ।

Related posts

କେନ୍ଦୁଝର ବିଜେଡିର ଜମସମାବେଶ

mahabharatanews

ଗଞ୍ଜାମରେ ସ୍ଥିତି ଅଣାୟତ୍ତ: ଘରଠୁ ଏକ କିମିରୁ ଅଧିକ ଦୂର ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

ଓଡିଶାକୁ ମିଳିଲା ଅଗ୍ରିମ ସହାୟତା ରାଶି

mahabharatanews