ଦେଶ ବିଦେଶରାଜନୀତି

ଦିଲ୍ଲୀରେ ରାହୁଲଙ୍କୁ ‘ନିଖୋଜ’ ଦର୍ଶାଇ ପୋଷ୍ଟର, ରାଜନୀତିରେ ତେଜିଲା ବାକ୍‌ଯୁଦ୍ଧ

ରାଜଧାନୀ ଦିଲ୍ଲୀର କିଛି ସ୍ଥାନରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ‘ନିଖୋଜ’ ବୋଲି ଦର୍ଶାଇଥିବା ପୋଷ୍ଟର ଲାଗିଛି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ଫିରୋଜଶାହ ରୋଡ୍ ସମେତ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ଫଟୋ ସହ ‘ନିଖୋଜ’ ଲେଖାଯାଇଥିବା ବେଳେ, ଏହା କିଏ ଲଗାଇଛି ସେନେଇ କୌଣସି ସୂଚନା ନାହିଁ।

ଏହି ଘଟଣା ପରେ ବିଜେପି ପକ୍ଷରୁ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶହଜାଦ ପୁନାୱାଲା ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ବାରମ୍ବାର ବିଦେଶ ଗସ୍ତକୁ ଯାଇ ରାଜନୈତିକ ଦାୟିତ୍ୱଠାରୁ ଦୂରେ ରହୁଛନ୍ତି। ସେ କହିଛନ୍ତି ଯେ ସଂସଦ ଅଧିବେଶନ କିମ୍ବା ଦଳର ଗୁରୁତ୍ୱପୂର୍ଣ୍ଣ ସମୟରେ ମଧ୍ୟ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହୁଥିବା ଦେଖାଯାଏ।

Shri Shehzad Poonawalla - Youth Parliament of India

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ସହ ତୁଳନା କରି ଶହଜାଦ ପୁନାୱାଲା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କୁ ‘ନିଖୋଜ’ ବୋଲି ଦର୍ଶାଇଥିବା ଏହି ପୋଷ୍ଟର କିଏ ଲଗାଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ସାମ୍ନାକୁ ଆସିନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ଅପେକ୍ଷାରେ ରହିଛି।

Related posts

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews

ସମାଜସେବୀ ରଞ୍ଜନ ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ

mahabharatanews

ଫାଟିଲା ଗ୍ୟାସ ସିଲିଣ୍ଡର:  ଗଲା ୪ ଜୀବନ 

mahabharatanews