ଅପରାଧଓଡିଶା

ବାଲ୍ୟ ବିବାହ ଓ କମ୍ ବୟସରେ ଗର୍ଭଧାରଣ ବିରୋଧରେ ପ୍ରଶାସନର କଡ଼ା ପଦକ୍ଷେପ

ବାଲ୍ୟ ବିବାହ ଓ କମ୍ ବୟସରେ ଗର୍ଭଧାରଣ ରୋକିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଭିଯାନକୁ ଆହୁରି ଜୋରଦାର କରିଛି। ଶନିବାର ବାଲିଶଙ୍କରା ବ୍ଲକରୁ ଦୁଇଜଣ ୧୬ ବର୍ଷୀୟ ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟ କେନ୍ଦ୍ରକୁ ପଠାଯାଇଛି। ତଳସରା ଓ କିଞ୍ଜିରକେଲା ଥାନା ଅଞ୍ଚଳର ଏହି ଦୁଇ ନାବାଳିକା ଆଦିବାସୀ ପରମ୍ପରା ଅନୁସାରେ ଦୁଇ ଯୁବକଙ୍କ ସହ ରହୁଥିଲେ ଏବଂ ବର୍ତ୍ତମାନ ଉଭୟ ଗର୍ଭବତୀ ଅଛନ୍ତି।

ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଓ ଆଶାକର୍ମୀଙ୍କଠାରୁ ସୂଚନା ମିଳିବା ପରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶରେ ସମନ୍ୱିତ ମା’ ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ଅଧିକାରୀମାନେ କମ୍ ବୟସରେ ଗର୍ଭଧାରଣ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ବୋଲି ବୁଝାଇବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିଥିଲେ। ପରେ ଉଭୟ ନାବାଳିକାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ବାଲ୍ୟ ବିବାହ ଓ କମ୍ ବୟସରେ ଗର୍ଭଧାରଣ ବିରୋଧରେ ପ୍ରଶାସନର ଏହି ପଦକ୍ଷେପ ସହ ଗ୍ରାମାଞ୍ଚଳରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

Related posts

ରାଇରଙ୍ଗପୁର ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ

mahabharatanews

ସ୍କୁଲ ପାଚେରି ଭାଙ୍ଗିଲେ ଝାଡଖଣ୍ଡୀ ହାତୀପଲ

mahabharatanews

ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

mahabharatanews