ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଆଜି ସୂଚନା ଦେଇଛନ୍ତି କି ସାରା ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇସାରିଲାଣି । ଅତି ଶୀଘ୍ର ଏହି ସଂଖ୍ୟା ଏକ କୋଟିରେ ପହଞ୍ଚିଯିବ । ଏହି ସଂଖ୍ୟା ଦର୍ଶାଉଛି କି, କୋବିଭ-୧୯ ବିରୋଧରେ ଭାରତ ଦୃଢତା ଓ ସଫଳତାର ସହ ଲଢେଇ ଜାରି ରଖିଛି । ଏଥିସହ ଡ ବର୍ଦ୍ଧନ ଆହୁରି କହିଛନ୍ତି, ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୬ ଲକ୍ଷ ସଂକ୍ରମଣ କିଛି ବଡ କଥା ନୁହେଁ, ତେଣୁ ଦେଶବାସୀଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହି ଲକ୍ଷ ମଧ୍ୟରୁ ୩ଲକ୍ଷ ୬୦ ହଜାର ଲୋକ ସୁସ୍ଥ ହୋଇ ଘରକୁ ଯାଇ ସାରିଲେଣି । ବାକି ଚିକିତ୍ସିତଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ଥିତି ଭଲ ଅଛି ଓ ସେମାନେ ଖୁବ ଶୀଘ୍ର ଘରକୁ ଫେରିବେ । ଦେଶରେ ମୃତ୍ୟୁର ପ୍ରତିଶତ ସମଗ୍ର ବିଶ୍ୱରେ ୨.୯୪ ପ୍ରତିଶତ ରହିଛି, ଯାହା ସର୍ବନିମ୍ନ ରହିଛି ।
ସେ ଆହୁରି କହିଛନ୍ତି, ଦେଶରେ ସୁସ୍ଥ ପ୍ରତିଶତ ୬୦ରେ ପହଞ୍ଚିଛି ଓ ୨୧-୨୨ ଦିନ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି । ଦେଶରେ ପ୍ରତ୍ୟେହ ଏକ ବଡ ସଂଖ୍ୟ।।ରେ ଟେଷ୍ଟ ହେଉଛି । ଗତକାଲି ସାରା ଦେଶରେ ମୋଟ ୨ ଲକ୍ଷ ୩୦ ହଜାର ଟେଷ୍ଟ ହୋଇଥିଲା । ଏହି ଟେଷ୍ଟିଂ ଦେଶରେ ଗୋଟିଏ ଲାବେରୋଟେରୀରୁ ଆରମ୍ଭ ହୋଇ ଆଜି ୧,୦୬୫ ଲାବେରୋଟେରୀରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୧୮ ଲକ୍ଷ ପିପିଇ କିଟ ବଣ୍ଟନ ହୋଇଥିବା ବେଳେ ୧୯୫ ଲକ୍ଷ ଏନ-୯୫ ମାସ୍କ ବଣ୍ଟନ ହୋଇଛି । ପୂରା ଦେଶରେ କୋଭିଡ ହସ୍ପିଟାଲ, କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର ସେଣ୍ଟରକୁ ମିଶାଇ ୧.୩ ମିଲିୟନ ଶଯ୍ୟା ସୁବିଧା ହୋଇଥିବା ମନ୍ତ୍ରୀ କହିଛନ୍ତି ।
previous post
next post
