ଓଡିଶା

ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ

(ମହାଭାରତ/ବଣାଇ): ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜରଦା ପଞ୍ଚାୟତର କେଲ ଗାଁରେ ଏକ ଅଘଟଣ ଘଟିଛି । ଏକ ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୁଚନା ଅନୁଯାୟୀ କେଲ ଗାଁର ୧୫ରୁ ଅଧିକ ଲୋକ ଏକ ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ନେବା ପାଇଁ ଯାଉଥିବା ବେଳେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଅଧା ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ପରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।

Related posts

ବାମନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

‘ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା’: ଶକ୍ତି ମନ୍ତ୍ରୀ

mahabharatanews

ଆରପାରିରେ ସାମ୍ବାଦିକ ଶରତ ମିଶ୍ର

mahabharatanews