ଓଡିଶା

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ 

ଭୁବନେଶ୍ୱର: ଭି, ଏସ୍, ଏସ୍ ନଗରଠାରେ ଆଜି ପ୍ରବିତ୍ର ସୁନାବେଶ ଅବସରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାର ଲୋଗୋ ଉନ୍ମୋଚନ କରାଯାଇଛି । ଆଗାମୀ ଦିନରେ କିପରି ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମ କରାଯାଇପାରିବ, ସେଥିପାଇଁ କାର୍ୟ୍ୟପନ୍ଥା ଗ୍ରହଣ କରାଯାଇଛି । ପ୍ରଥମ କାର୍ୟ୍ୟକ୍ରମ ଭାବେ ବିଦ୍ୟାଳୟ ଖୋଲିଲେ ବସ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କୁ ମାଗଣା କୋଚିଂର ବ୍ୟବସ୍ଥା କରାଯିବ ବୋଲି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି । ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ଯଥା :- ବୃକ୍ଷରୋପଣ, ରକ୍ତଦାନ ଶିବିର, ଅସହାୟଙ୍କୁ ସାହାଯ୍ୟ, ମହିଳା ସଶକ୍ତିକରଣ, ସଫେଇ କାର୍ୟ୍ୟକ୍ରମ ଆଦି କରାଯିବ ବୋଲି ଟ୍ରଷ୍ଟର ସଂଯୋଜକ ଲୋକେଶ କୁମାର, ଦୀପକ ନଏକ ପ୍ରକାଶ କରିଛନ୍ତି ।

Related posts

ଆଜି ପାରାଦୀପ ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ 

mahabharatanews

ରେଳ ଦୁର୍ଘଟଣା : ପଦରୁ ବହିସ୍କୃତ ହେଲେ ଦକ୍ଷିଣ-ପୂର୍ବ ଜେନେରାଲ ମ୍ୟାନେଜର

mahabharatanews

ଆଜି ଓଜେଇଇ ଆବେଦନର ଶେଷ ତାରିଖ

mahabharatanews