ଓଡିଶା

ଆଜି ପାରାଦୀପ ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ 

(ପାରାଦୀପ) : କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୂପାଲା ଏବଂ ସର୍ବାନନ୍ଦ ସୋନୱାଲ ଆଜି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ମାଛଧରା ପୋତାଶ୍ରୟ ପ୍ରକଳ୍ପକୁ ୧୮ ମାସର ଅବଧିରେ କାର୍ଯ୍ୟକାରୀ କରାଯାଉଛି ।

ସୂଚନାନୁଯାୟୀ , ସାଗରମାଳା ଯୋଜନା ଅଧୀନରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସହ ସମନ୍ୱୟ ସ୍ଥାପନ କରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏଠାରେ ପ୍ରଥମେ ୩୭୦ ନମ୍ବର ୧୦ ମିଟର ଜାହାଜ, ୮୦ ନମ୍ବର ୧୩ ମିଟର ଜାହାଜ ଏବଂ ୫୦ ନମ୍ବର ୧୫ ମିଟର ଜାହାଜ ଏବଂ ପାରମ୍ପରିକ ଡଙ୍ଗା ରଖାଯାଇଥିଲା ।ପୋତାଶ୍ରୟକୁ ସ୍ୱଚ୍ଛତା, ପ୍ରଦୂଷଣ ମୁକ୍ତ, ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିରୁ ଉନ୍ନତ କରିବା, ନୂତନ, ଦକ୍ଷ ଓ ଅତ୍ୟାବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇବା, ମାଛ ଧରିବା ପ୍ରକ୍ରିୟାକୁ ଯାନ୍ତ୍ରିକୀକରଣ କରିବା ତଥା ଦକ୍ଷ ପରିଚାଳନା ସଂସ୍ଥା ଦ୍ୱାରା ଉତ୍ତମ ପରିଚାଳନା ଅଭ୍ୟାସ ପ୍ରଦାନ କରାଯିବ ।

Related posts

ଖୁବ ଶୀଘ୍ର ଆସିବ କଂଗ୍ରେସ ତାଲିକା 

mahabharatanews

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

mahabharatanews

ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ଉଦଘାଟିତ

mahabharatanews