Uncategorized

ପରଲୋକରେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ

(ମହାଭାରତ/ମୁମ୍ବାଇ): ବଲିଉଡର ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନଙ୍କର ପରଲୋକ ହୋଇଛି । ହୃଦଘାତ ଯୋଗୁଁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଡାଇବେଟିସ ଓ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଗତ ମାସରୁ ତାଙ୍କୁ ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ ଟେଷ୍ଟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱାମୀ,ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ ।
୧୯୪୮ ମସିହା ନଭେମ୍ବର ୨୨ରେ ଜନ୍ମଗ୍ରହଣ କରିଥିବା ସରୋଜ ୨୦୦୦ରୁ ଅଧିକ ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସେ ତେଜାବ, ଖଲନାୟକ, ମିଷ୍ଟର ଇଣ୍ଡିଆ, ଚାଲବାଜ, ନଗୀନା, ଚାନ୍ଦନୀ, ହମ ଦିଲ ଦେ ଚୁକେ ସନମ, ଦେବଦାସ ଭଳି ସୁପରହିଟ ଫିଲ୍ମରେ କୋରିଓଗ୍ରାଫର ଭୂମିକା ତୁଲାଇଥିଲେ । ଉଚ୍ଚକୋଟୀର କୋରିଓଗ୍ରାଫି ପାଇଁ ସେ ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଦେବଦାସ’ ଫିଲ୍ମର ‘ଡୋଲାରେ ଡୋଲାରେ’ ଗୀତ ପାଇଁ ସେ ଏହି ପୁରସ୍କାର ପାଇଥିବା ବେଳେ ‘ଜବ୍ ୱି ମିଟ୍’ର ‘ୟେ ଇସ୍କ ହାଏ’ ଗୀତ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ତାମିଲ ଫିଲ୍ମ ‘ଶ୍ରୀଙ୍ଗାରମ୍’ର ସବୁ ଗୀତ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ବେଷ୍ଟ କୋରିଓଗ୍ରାଫର ଭାବେ ସେ ୮ଟି ଫିଲ୍ଲ ଫେୟାର ପୁରସ୍କାର ମଧ୍ୟ ପାଇଇଥିଲେ । ୨୦୦୧ରେ ରିଲିଜ ହୋଇଥିବା ‘ଲଗାନ’ ଫିଲ୍ମ ପାଇଁ ତାଙ୍କୁ ଆମେରିକାନ କୋରିଓଗ୍ରାଫି ଆୱାର୍ଡ ମଧ୍ୟ ମିଳିଥିଲା ।

 

Related posts

ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ

mahabharatanews

ନମୁନା ପରୀକ୍ଷାରେ ବିଫଳ ହେଲା ୪୮ମେଡିସିନ

mahabharatanews

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

mahabharatanews