ଓଡିଶା

ରାୟଗଡରେ ସର୍ବାଧିକ ୭୬ ଜଣ କୋରନା ଆକ୍ରାନ୍ତ ଚିହ୍ନଟ

(ମନୋଜ କୁମାର ସାହୁ / ରାୟଗଡା): ଆଜି ରାୟଗଡ ଜିଲ୍ଲାରେ ସର୍ବାଧିକ ୭୬ ଜଣ କୋରନା ଆକ୍ରାନ୍ତ ଚିହ୍ନଟ । ସେଥି ମଧ୍ୟରୁ ରାୟଗଡ ସହରାଞ୍ଚଳର ୨୫ବର୍ଷର ଯୁବକ ଯିଏ ୧୭ ତାରିଖରୁ ଦିଲ୍ଲୀରୁ ଫେରି ହୋମକ୍ୱାରେନଣ୍ଟନରେ ରହିଥିଲେ । ଏବଂ ଆଉ ଜଣେ ଗୁଣୁପୁର ସହରାଞ୍ଚଳର ୩୫ ବର୍ଷର ବ୍ୟକ୍ତି ଯାହାର କୋଣସି ଗସ୍ତ ତାଲିକା ନାହିଁ । ସେ କାହା ସଂଷ୍ପର୍ଷ ଆସିଥାଇ ପାରନ୍ତି ବୋଲି ଜଣାପଡିଛି । ଏବଂ ସର୍ବାଧିକ ୭୪ ଜଣ ସିରିଝୋଲି ପଞ୍ଚାୟତର ବିଜୟପୁର ଗ୍ରାମର ସେଥି ମଧ୍ୟରେ ୩୮ ଜଣ ପୁରୁଷ ଓ ୪୫ ଜଣ ମହିଳା ଓ ୯ ଜଣ ୬୦ ବର୍ଷରୁ ଉର୍ଦ୍ଧ ଥିବା ବେଳେ ୪ ଜଣ ୧୦ ବର୍ଷରୁ କମ ଥିବା ଜଣାପଡିଛି । ବର୍ତ୍ତମାନ ରାୟଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୧୫ ଜଣ ଏବଂ ସେଥି ମଧ୍ୟରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବର୍ତ୍ତମାନ ୯୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ସେଥି ମଧ୍ୟରୁ ୨୦ ଜଣ ଜେ କେ ପୁର ଠାରେ ଥିବା କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ହେଉ ଥିବା ବେଳେ ୭୮ ଜଣ ଗୁଣୁପୁର ଠାରେ ଥିବା କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ହେଉ ଥିବା ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବେହେରା ପୁଣିଥରେ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଓ ସରକାରଙ୍କ ନିୟମକୁ ମାନି ଚଳିବାକୁ ନିବେଦନ କରିଛନ୍ତି ।

Related posts

ସରକାରୀ ସହାୟତା ପରେ ହିଁ ବୃକ୍ଷରୋପଣ ସମ୍ଭବ

mahabharatanews

ଆଉ ନାହାନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା 

mahabharatanews

ଅଚାନକ ବିଗିଡ଼ିଲା  ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା  

mahabharatanews