ଓଡିଶା

ପୁଣି ଅଲୋଡା ହେଲା ଶିଶୁ କନ୍ୟା

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗର ସହରର ଶେଷ ମୁଣ୍ଡରେ ଥିବା ଏକ ନାଳ ନିକଟରୁ ଅ।ଜି ଏକ ଜନ୍ମିତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏକ ବ୍ୟାଗ ମଧ୍ୟରେ ଶିଶୁ କନ୍ୟାଟି ଥିବା ବେଳେ ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ଜଣାପଡିଥିବା ବେଳେ ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନକୁ ଅବଗତ କରାଯାଇଥିଲା । କବିସୂର୍ୟ୍ୟନଗର ପୋଲିସ ଓ ଚାଇଲ୍ଡ ଲାଇନର ଅଧିକାରୀ ମାନେ ପହଁଚି ଶିଶୁକନ୍ୟାକୁ ଲୋକଙ୍କ ପାଖରୁ ଉଦ୍ଧାର କରିଥିବା ଜଣାପଡିଛି ।

Related posts

ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews

ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews