ଓଡିଶା

ପୁଣି ଅଲୋଡା ହେଲା ଶିଶୁ କନ୍ୟା

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗର ସହରର ଶେଷ ମୁଣ୍ଡରେ ଥିବା ଏକ ନାଳ ନିକଟରୁ ଅ।ଜି ଏକ ଜନ୍ମିତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏକ ବ୍ୟାଗ ମଧ୍ୟରେ ଶିଶୁ କନ୍ୟାଟି ଥିବା ବେଳେ ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ଜଣାପଡିଥିବା ବେଳେ ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନକୁ ଅବଗତ କରାଯାଇଥିଲା । କବିସୂର୍ୟ୍ୟନଗର ପୋଲିସ ଓ ଚାଇଲ୍ଡ ଲାଇନର ଅଧିକାରୀ ମାନେ ପହଁଚି ଶିଶୁକନ୍ୟାକୁ ଲୋକଙ୍କ ପାଖରୁ ଉଦ୍ଧାର କରିଥିବା ଜଣାପଡିଛି ।

Related posts

ଅନୁଗୁଳରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

mahabharatanews

ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡ଼ିବ ବସ୍

mahabharatanews

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews