Uncategorized

କରୋନାରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ ପୀଡିତ

ପାଟନା: ମହାମାରୀ କରୋନା କବଳରୁ ବର୍ତ୍ତିନାହିଁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବାସଭବନ । ନିତିଶଙ୍କ ଝିଆରିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କୁ ସୋମବାର ରାତିରେ ପାଟନାସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।
ନିତିଶଙ୍କ ଝିଆରୀ ପଜିଟିଭ ଚିହ୍ନଟ ହେବା ପରେ ନିତିଶଙ୍କ ବାସଭବନକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଛି। ପରିବାରର ସମସ୍ତ ସଦସ୍ୟ ହୋମ୍‌ କ୍ବାରେଣ୍ଟାଇନରେ ରହିଛନ୍ତି। ସେମାନଙ୍କର କୋଭିଡ ପରୀକ୍ଷା କରାଯାଉଛି। ଗତ ୪ ତାରିଖରେ ନିତିଶଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି। ନିତିଶଙ୍କ ବାସଭବନ ସିଲ କରାଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟରେ କୌଣସି ପ୍ରଭାବ ପଡିବ ନାହିଁ । ସେ ପୂର୍ବଭଳି କାର୍ୟ୍ୟ ଜାରି ରଖିବେ ବୋଲି ନିତିଶ କହିଛନ୍ତି ।

Related posts

ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

mahabharatanews

କିପରି ସଫା କରିବେ ହୋଲି ରଙ୍ଗରେ ରଙ୍ଗୀନ କପଡ଼ା

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୬୪୪ ସନ୍ତ୍ରାସବାଦୀଙ୍କ ଆତ୍ମସମର୍ପଣ

mahabharatanews