ଓଡିଶା

ପୋସ୍କୋ କୋର୍ଟ ବିଚାରପତି ଗଲେ କ୍ୱାରେଣ୍ଟାଇନ

ସୁନ୍ଦରଗଡ଼: ଏକ ମାମଲାରେ ସୁନ୍ଦରଗଡ ପୋସ୍କୋ କୋର୍ଟକୁ ଯାଇଥିବା ଦୁଇ କନେଷ୍ଟବଳ କରୋନାରେ ଜଣାପଡିବା ପରେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ ଓ ଷ୍ଟାଫ୍‌ କ୍ୱାରେଣ୍ଟାଇନକୁ ଗଲେ । ଗତ ୨ ତାରିଖରେ ବୀରମିତ୍ରପୁର ନାବାଳିକା ପୀଡ଼ିତାଙ୍କୁ ସୁନ୍ଦରଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ପୀଡ଼ାତାଙ୍କୁ ଦୁଇ ଦୁଇ ମହିଳା କନ୍‌ଷ୍ଟେବଳ କୋର୍ଟରେ ହାଜର କରାଯାଇଥିଲେ। ଏହା ପରେ ଦୁଇ କନ୍‌ଷ୍ଟେବଳଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ପରେ ସେମାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। କୋର୍ଟକୁ ସାନିଟାଇଜ୍‌ କରାଯାଇଛି।
ଗତକାଲି ଉଭୟଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ଏହା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ପୋକ୍ସୋ କୋର୍ଟର ବିଚାରପତି, ସରକାରୀ ଓକିଲ ଓ ଅନ୍ୟ ଷ୍ଟାଫ୍‌ମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ତେବେ ପୀଡ଼ିତା ନାବାଳିକାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୮୦୮୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଧୁମଧାମରେ ପାଳିଲେ ରାଧା ଗୋବିନ୍ଦ ପୂଜା

mahabharatanews

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

mahabharatanews