ଓଡିଶାରାଜନୀତି

କୁନି ଝିଅ ତ୍ରିସିକାଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଦେଲେ ଧର୍ମଶାଳା ବିଧାୟକ…

ଜନସେବା, ମାନବିକତା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଧର୍ମଶାଳାର ମାନ୍ୟବର ବିଧାୟକ ହିମାଂଶୁ ଶେଖର ସାହୁ। ଦିନ ରାତି ଏକ କରି ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରୁଥିବା ନିଷ୍ଠାପର ସେବକ ଲିକୁ ସବୁବେଳେ ଗରିବ ଓ ଦୁଃଖି ଲୋକମାନଙ୍କ ଅସମୟରେ ସେମାନଙ୍କ ପାଖରେ ପହଞ୍ଚି ସହେଯାଗର ହାତ ବଢାଇଥାନ୍ତି । ସେହିପରି ଜଣେ ଗୁରୁତର ରୋଗରେ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବା ପାଇଁ ସେ ନିଜ ମାସିକ ଦରମାରୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଧାୟକଙ୍କ ଏହି ମହାନ ପଦକ୍ଷେପ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସାଧାରଣରେ ବହୁ ପ୍ରଶଂସିତ ହୋଇଛି।


ପ୍ରାପ୍ତ ସୂଚନା ଅନୁଯାୟୀ, ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅରେଇକଣା ଗ୍ରାମପଞ୍ଚାୟତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟଙ୍କ ୧୬ ମାସର କୁନି ଝିଅ ତ୍ରିସିକା ରାୟ ଏକ ଦୁର୍ଲଭ ତଥା ଅତ୍ୟନ୍ତ ଗୁରୁତର ସ୍ନାୟୁଜନିତ ରୋଗ ‘ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି (SMA) ଟାଇପ୍-୨’ରେ ପୀଡ଼ିତ ଅଛନ୍ତି। କୋମଳ ବୟସରେ ଏଭଳି ଏକ ସାଂଘାତିକ ପରିସ୍ଥିତିର ସାମ୍ନା କରୁଥିବାରୁ କୁନି ଝିଅଟିର ପରିବାର ଗଭୀର ମାନସିକ ଯନ୍ତ୍ରଣା ଏବଂ ଚରମ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ତ୍ରିସିକାଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଓ ଦରକାରୀ ଆବଶ୍ୟକୀୟ ଔଷଧ ପାଇଁ ପ୍ରାୟ ୧୬ କୋଟି ଟଙ୍କାର ବ୍ୟାପକ ଖର୍ଚ୍ଚ ଆବଶ୍ୟକ, ଯାହା ଏକ ସାଧାରଣ ପରିବାର ପକ୍ଷେ ବହନ କରିବା ସମ୍ପୂର୍ଣ୍ଣ ଅସମ୍ଭବ।


ଏହି ଆବେଗପୂର୍ଣ୍ଣ ଓ ସମ୍ବେଦନଶୀଳ ଖବର ପାଇବା ପରେ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ବିଳମ୍ବ ନକରି ସହାୟତାର ହାତ ବଢ଼ାଇଥିଲେ। ସେ ନିଜର ମାସିକ ଦରମାରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରି ତ୍ରିସିକାଙ୍କ ଜୀବନ ବଞ୍ଚାଇବା ପାଇଁ ଆଶାର ନୂତନ କିରଣ ଦେଖାଇଛନ୍ତି। ବିଧାୟକଙ୍କ ଏହି ଦାୟିତ୍ୱବାନ୍ ଏବଂ ମାନବୀୟ ସହାୟତା ଶିଶୁଟିର ବାପା-ମାଆଙ୍କୁ ଆଶ୍ୱାସନା ଦେବା ସହ ନୂଆ ସାହସ ଯୋଗାଇଛି। ଏହା ସହିତ ତ୍ରିସିକାଙ୍କ ଚିକିତ୍ସା ପାଇଁ ସମାଜର ଅନ୍ୟାନ୍ୟ ଦାନ୍ୟବ୍ୟ ବ୍ୟକ୍ତି, ସମାଜସେବୀ ଓ ବଦାନ୍ୟ ଅନୁଷ୍ଠାନଗୁଡ଼ିକୁ ଆଗେଇ ଆସିବାକୁ ସାଧାରଣରେ ନିବେଦନ କରାଯାଇଛି, ଯାହାଦ୍ୱାରା ଏହି କୁନି ଝିଅଟି ନୂତନ ଜୀବନ ପାଇପାରିବ।

Related posts

ଓରକେଲ ପୋଲିସ ହାତରେ ଗଞ୍ଜେଇ ମାଫିଆ

mahabharatanews

ବିଧାୟକଙ୍କ ଦରମା ବୃଦ୍ଧି ହେଉ

mahabharatanews

ଇଡକୋ ଦୁର୍ନୀତି ଖଜୁରୀ ଗଛର ଆଉ ଜଣେ ବିରଞ୍ଚି

mahabharatanews