ରୋଷେଇ ଚାଲିଥିବା ବେଳେ ହଠାତ୍ ଫାଟିଲା ଗ୍ୟାସ ସିଲିଣ୍ଡର। ବିସ୍ଫୋରଣର ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଉତ୍ତର ପ୍ରଦେଶର ଫତେପୁରରୁ ଏହି ଘଟଣା ଘଟିଛି। ପୂରା ଘଟଣାଟି ହେଲା, ସନ୍ଧ୍ୟାରେ ଘରେ ରୋଷେଇ ଚାଲିଥିଲା। ଏହି ସମୟରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦ ଶୁଣାଯିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭିତରେ ଏକାଧିକ ଲୋକ ଫସି ରହିଥିଲେ।

ପ୍ରାଥମିକ ପର୍ୟ୍ୟାୟରେ ୫ରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ବାକି ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାକି ଲୋକ ସାମାନ୍ୟ ଆଘାତ ପାଇଥିବା ଜଣାପଡ଼ିଛି। ଏବେ ପ୍ରଶାସନ ପକ୍ଷରୁ ବେଶ ସତର୍କତାର ସହ ଧ୍ୱଂସାବଶେଷକୁ ହଟା ଯାଉଛି। ସମ୍ଭାବ୍ୟ ଗ୍ୟାସ ଲିକ୍ କାରଣରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।
