ରାଜନୀତି

ମିଶନ ଲୋଟସ, ଟାର୍ଗେଟରେ ଓଡିଶା!

(ସରୋଜ କୁମାର ରାଉତ/ମହାଭାରତ): ୨୦୧୪ ପରେ ପଧାନମନ୍ତ୍ରୀ ମୋଦି ଓ ଭାରତୀୟ ଜନତା ପାର୍ଟିର ବଡିଥିବା ଲୋକପ୍ର୍ରିୟତା ଗତ କିଛି ଦିନ ହେବ ହ୍ରାସ ପାଇବାରେ ଲାଗିଛି । ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଛତିଶଗଡ ଓ ଝାଡଖଣ୍ଡ ଭଳି ପ୍ରଦେଶରେ ଏହି ଜାତୀୟ ଦଳକୁ ମିଳିପାରି ନାହିଁ ଆସାନୁରୂପ ଫଳ । ତେଣୁ ଏବେ ଟିମ ବିଜେପି ପୁଣି ଆରମ୍ଭ କରିଛି ଟୋଟାଲ ୱନିଙ୍ଗ ମିଶନ । ଯଦିଓ ମଧ୍ୟପ୍ରଦେଶରେ ଏହା ଫଳବ୍ରତି ହୋଇପାରିଛି । କିନ୍ତୁ ଅନ୍ୟ ରାଜ୍ୟ ଗୁଡିକରେ ବିଶେଷ ପ୍ରଭାବ ପଡିନାହିଁ । ତେବେ ୨୦୧୯ ଓଡିଶା ସାଧାରଣ ନିର୍ବାଚନରେ ମିଶନ ୧୨୦+ରେ ବିଫଳ ହେବା ପରେ ବିଜେପି ଆରମ୍ଭ କରିଛି ମିଶନ ଲୋଟସ ।
ଏବେ ବିଜେପିର ନଜର ବିଭିନ୍ନ ପ୍ରଦେଶରେ ଥିବା ଆଞ୍ଚଳିକ ତଥା ଜାତୀୟ ଦଳରେ ଥିବା ଅନ୍ତଃକନ୍ଦଳ ଉପରେ । ଏହି ଅନ୍ତଃକନ୍ଦଳକୁ ବିଜେପି ବ୍ରହ୍ମାସ୍ତ୍ର ସଦୃଶ ବ୍ୟବହାର କରିବାନେଇ ପ୍ରସ୍ତୁତି ଆରମ୍ଭ କରିଛି । ଜ୍ୟୋତିଆର୍ଦିତ୍ୟ ସିନ୍ଧିଆଙ୍କ ଭଳି କଟ୍ଟର କଂଗ୍ରେସି ତଥା ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଅତି ନିକଟତର ନେତାଙ୍କୁ ହାତ ଛଡାଇ ପଦ୍ମ ଧରାଇ ମଧ୍ୟପ୍ରଦେଶକୁ ନିଜ ଅଧୀନକୁ ଆଣିଥିବା ବିଜେପିର ନଜର ଏବେ ଓଡିଶା ଉପରେ ।
ଓଡିଶାରେ ବିଗତ ୨୦ ବର୍ଷର ନବୀନ ସରକାରଙ୍କୁ ଗାଦିୁଚ୍ୟୁତ କରିବାକୁ ଏବେ ବିଜେପି ରୁଚୁଛି ରଣନୀତି (ମିଶସ ଲୋଟସ୍) । ଏବେ ଓଡିଶାରେ ବିଜେପିର ନଜର ରହିଛି ବିଜେଡିର ଗୋଷ୍ଠି କନ୍ଦଳ ଉପରେ । ବିଜେଡିର କିଛି ପୁରୁଖା ନେତା ଯେଉଁମାନେ ଏବେ ଦଳରେ ସ୍ଥାନ ପାଇଥିବା କିଛି ଯୁବନେତାଙ୍କ ପଦକୁ ନେଇ ସନ୍ତୁଷ୍ଟ ନୁହନ୍ତି । ସେମାନଙ୍କୁ ବିଜେପି କରିପାରେ ମୋହରା । ଏନେଇ ପୂର୍ବରୁ ରହିଛି ଅନେକ ଉଦାହରଣ । ଅନେକ ଅସନ୍ତୁଷ୍ଟ ପୁରୁଖା ନେତା ଗତ ନିର୍ବାଚନରେ ଶଙ୍ଖ ଛାଡି ଧରିଥିଲେ ପଦ୍ମ । ଯଦିଓ ଏହାର ଫରକ ଶାସକ ଦଳ ଉପରେ ପଡି ନଥିଲା । କିନ୍ତୁ ଭବିଷ୍ୟତରେ ଏହାକୁ ମିଶାଇଲ ଭାବେ ବ୍ୟବହାର କରିପାରେ ଗେରୁଆ ଦଳ । ଅନ୍ୟପକ୍ଷେ କିଛି ବର୍ଷ ହେବ ଓଡିଶାରେ ବିଜେପିର ଲହର ଦେଖିବାକୁ ମିଳିଛି । ଗତ ନିର୍ବାଚନରେ ଓଡିଶା ବିଧାନସଭାରେ ବିରୋଧୀ ଦଳର ଆଖ୍ୟା ପାଇବା ସହ ୮ ଟି ସଂସଦୀୟ କ୍ଷେତ୍ର ନିଜ ଅଧୀନକୁ ନେଇ ପାରିଛି ବିଜେପି । ଯୋଜନାବଦ୍ଧ ରାଜନିତୀ ଉପରେ ବିଶ୍ୱାସ ରଖୁଥିବା ଗେରୁଆ ଦଳ ଓଡିଶାକୁ ନିଜ ଅକ୍ତିଆରକୁ ନବାକୁ ଶାମ୍, ଦାମ୍, ଦଣ୍ଡ୍, ଭେଦ୍, ସବୁ ପ୍ରକାର ବିଦ୍ୟା ପ୍ରୟୋଗ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଖୁବ ଜୋରରେ ଚର୍ଚ୍ଚା ହେଉଛି । ତେବେ ଏହି ବିଶ୍ଲଷଣର ସତ୍ୟାସତ୍ୟ କେବଳ ସମୟ ହିଁ କହିବ । ମିଶନ ଲୋଟସର ପରବର୍ତ୍ତୀ ସଂସ୍କରଣ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ।

Related posts

୨୦୨୪ କଂଗ୍ରେସ ଲାଗି ଶେଷ ସୁଯୋଗ: ଜୟଦେବ ଜେନା

mahabharatanews

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ

mahabharatanews

ନୋଟକୁ ନେଇ ତେଜିଲା ରାଜନୀତି

mahabharatanews