ଓଡିଶା

ପୁରୀ ବାହାର ମୃତକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା

ପୁରୀ: କରୋନା ମହାମାରୀର ବ୍ୟାପକ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦୃଢ ପଦକ୍ଷେପ ନିଅ।।ଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ମୃତକଙ୍କ ଶବଦାହ ଉପରେ ପ୍ରତିବନ୍ଧକ ଲଗାଯାଉଛି । ପୁରୀ ବାହାରୁ ଶବଦାହ ପାଇଁ ଲୋକେ ଆସି ପାରିବେ ନାହିଁ ବୋଲି ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି । ଅର୍ଥାତ୍ କୋଭିଡ-୧୯ର ସଂକ୍ରମଣ ପାଇଁ ଜିଲ୍ଲା ବାହାରର ମୃତକଙ୍କ ଶବ ସ୍ୱର୍ଗଦ୍ୱାରରେ କରାଯିବ ନାହିଁ । ଏହି ନିୟମ ଆସନ୍ତା କାଲିଠାରୁ ଲାଗୁ ହେଉଥିବା ବେଳେ ଏହା ପରବର୍ତ୍ତୀ ନିର୍ଦ୍ଦେଶନ।।ମା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଉଛି । ଏହି ନିୟମର କଡାକାଡି ପାଳନ ସହ ପୁରୀ ବାହାରର ଲୋକଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Related posts

୬୫ ବର୍ଷ ବୟସରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ବନମାଳୀ ବାରିକଙ୍କ ପରଲୋକ

mahabharatanews

ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଶ୍ରୀନହରରେ ସୁନିଆଁ ପର୍ବ

mahabharatanews