ଓଡିଶାରାଜନୀତି

୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ତ୍ରୀସ୍ତରୀୟ ସୁରକ୍ଷାରେ ସରିଲା ଭୋଟ ଗଣତି । ବିଜେଡି, ସ୍ୱାଧୀନ, କଂଗ୍ରେସ କୁ ପଛରେ ପକାଇ ବିଜେପି ଧାମନଗର ଗଡକୁ ହାତାଇଛି । ଧାମନଗରରେ ଶଙ୍ଖ ବଦଳରେ ଫୁଟିଲା ପଦ୍ମ । ବିଜେପି ୯ ହଜାର ୮ ଶହ ୮୧ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିବା ଜଣାପଡିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସହିତ ସୂର୍ଯ୍ୟବଂଶୀ ସୂରଜଙ୍କ କଡା ଟକ୍କର ହୋଇଥିଲା । ଯେଉଁଥିରେ ବାଜିମାତ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ତେବେ ଫାଇନାଲ ରାଉଣ୍ଡରେ ବିଜେଡି ବିଜେଡି ୭୦୪୭୦, କଂଗ୍ରେସ -୩୫୬୧, ବିଜେପି -୮୦୩୫୧ , ରାଜେନ୍ଦ୍ର ଦାସ ୮୧୫୩,କଂଗ୍ରେସ ୩୫୬୧, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟା ପାଇଛି ୬୫୦ ଭୋଟ । ପୋଷ୍ଟାଲ ବିଜେଡି ୧୮୧,ବିଜେପି ୨୪୧, କଂଗ୍ରେସ ୫୩, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨୮ ଭୋଟ୍ ପାଇଛି । ତେବେ ଶେଷ ରାଉଣ୍ଡରେ ୯୮୮୧ଭୋଟ ରେ ଜିତିଲା ବିଜେପି ।

Related posts

ସଭାମଞ୍ଚରେ ହଠାତ୍ କର୍ମୀଙ୍କ ଉପରେ ରାଗିଗଲେ ଖଡଡେ ।

mahabharatanews

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

mahabharatanews

ଡିସେମ୍ବର ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

mahabharatanews