Uncategorized

କଣ୍ଟେନର ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ

ଆଗ୍ରା: ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ରାର ସିକଚନ୍ଦ୍ର ଅଞ୍ଚଳର ଗୁରୁଦ୍ୱାର ନିକଟରେ ଏକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି। ଏକ କଣ୍ଟେନର ରାଜପଥରେ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମଙ୍ଗଳବାର ରାତି ପ୍ରାୟ ୨ଟା ୩୦ ସମୟରେ କଣ୍ଟେନରଟି ମଥୁରା ଆଡକୁ ଯାଉଥିବା ବେଳେ ଗୁରୁଦ୍ୱାର ପାଖ ବୁଲାଣିରେ ଭାରସାମ୍ୟ ହରାଇବସିଥିଲା। ଏହା ପରେ ରାଜପଥରୁ ବାମ ପଟକୁ ପ୍ରାୟ ୧୫ ଫୁଟ ମାଡିଯାଇ ଫୁଟପାଥ ଉପରକୁ ଚଢି ଯାଇଥିଲା । ଫଳରେ ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା । ପୁଲିସ କଣ୍ଟେନରର ଡ୍ରାଇଭର ଓ ହେଲପରକୁ ଗିରଫ କରିବା ସହ ଗାଡିକୁ ଜବତ କରିଛି ।

Related posts

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାକୁ ହତ୍ୟା ରୂପ ଦେଇଥିଲେ କିଛି ରାଜନେତା ଓ ପତ୍ରକାର : ଅଧ୍ୟୟନ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews

ଦିଲ୍ଲୀ ହିଂସା: କେନ୍ଦ୍ରକୁ ଟିଏମସି ସାଂସଦଙ୍କ ବିରୋଧ ପ୍ରଦର୍ଶନ

mahabharatanews