ଓଡିଶା

ରାଜ୍ୟରେ ଆଜି ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ କରିଛି । ଆଜି ରାଜ୍ୟରେ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୨୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୫୦୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି । ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଥିବା ବେଳେ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୪୭୬ ସକ୍ରିୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ୨୨ଟି ଜିଲ୍ଲାରୁ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦, ଯାଜପୁର ଜିଲ୍ଲାରୁ ୮୬, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, କଟକ ଜିଲ୍ଲାରୁ ୫୫, ଖୋର୍ଦ୍ଧା ଜିଲ୍ଲାରୁ ୫୯, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ୱର ଜିଲ୍ଲାରୁ ୯, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୧୨, ଦେବଗଡ଼ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୪, ଗଜପତି ଜିଲ୍ଲାରୁ ୩୦, ଜଗତସିଂହପୁର ଜିଲ୍ଲାରୁ ୫, କନ୍ଧମାଳ ଜିଲ୍ଲାରୁ ୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୧୮, ମୟୂରଭଞ୍ଜ ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୩୨, ନୟାଗଡ଼ ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୧୧, ସମ୍ବଲପୁର ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Related posts

ପ୍ରବଳ ବର୍ଷା :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews

ଆସୁଛି ବଡ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

mahabharatanews

ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ ୨୦୦୬ କର୍ମଶାଳା ଅନୁଷ୍ଠିତ

mahabharatanews