ଅପରାଧ

ମୁଖ୍ୟବିଚାରପତିଙ୍କ ଉଦ୍ଦେଶ୍ୟରେ ଖରାପ ମନ୍ତବ୍ୟ ଦେଇ ଜଣେ ଗିରଫ

ଭୁବନେଶ୍ୱର: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ଏ ବୋବଡେଙ୍କ ପ୍ରତି ସୋଶିଆଲ ମିଡିଆରେ ଖରାପ ମନ୍ତବ୍ୟ ଦେଇ ଅଡୁଆରେ ଜଣେ ଓଡିଆ ଯୁବକ । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ସେ ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଯୁବକ ପ୍ରଧାନବିଚାରପତିଙ୍କ ପ୍ରତି ଖରାପ ଶବ୍ଦ ବ୍ୟବହାର କରିଥିଲା । ଏହା ପରେ ତାଙ୍କୁ ଓଡିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ଗିରଫ କରିଛି । ଦିଲ୍ଲୀରୁ ଆଣି ବାଲେଶ୍ୱର ପୁଲିସକୁ ହସ୍ତାନ୍ତର କରିଛି ପୁଲିସ। ସେହି ଯୁବକ ଦାରା ସେନାର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି। ଏବେ ସହଦେବଖୁଣ୍ଟା ଥାନାରେ ତାଙ୍କୁ ପୁଲିସ ଜେରା କରୁଛି।

Related posts

ଯୌତୁକ ପାଇଁ ସ୍ତ୍ରୀକୁ ଗଣଦୁଷ୍କର୍ମ

mahabharatanews

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews